
ପୀରତିର ଆଇନା ରେ ପୀଡିତ ଘଣ୍ଟିଆଳି ଗ୍ରାମ ବାଶି |
ଯାଜପୁର /ବିଞ୍ଝାରପୁର : ବିଞ୍ଝାରପୁର ବ୍ଲକ ଅଧିନସ୍ତ ଘଣ୍ଟିଆଳି ପଞ୍ଚାୟତ ର ଘଣ୍ଟିଆଳି ଗ୍ରାମରେ ଏକ କୃତିମ ବନ୍ୟା ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି ଘରେ, ସ୍କୁଲ ରେ ପାଣି ସାପ ପଶି ଲେଣି ଡ୍ରେନ ପାଣି ରେ ପଶି ଚଲା ବୁଲା କଲାରୁ ଡ୍ରେନର ପଚା ପାଣିରେ ଗୋଡ଼ କୁଣ୍ଡେଇ ହେଉଛି ପଚା ଗନ୍ଧ ପାଣିରେ ଲୋକ ମାନେ ଅଣ ନିଶ୍ୱାସୀ ହୋଇ ପଡିଲେଣି ଘଣ୍ଟିଆଳି ଗ୍ରାମବାସୀ ଙ୍କ କହିବା କଥା ହେଲା ଯେଉଁ ଡ୍ରେନ ହୋଇଛି ନିମ୍ନ ମାନର ରାସ୍ତା ହାଇଡ ର ଡ୍ରେନ ହୋଇଛି ପାଣି ଆସିଲା ରୁ ରାସ୍ତା ଡ୍ରେନ ସବୁ ସମାନ | ଯେଉଁ ଡ୍ରେନ ଟି ସଫା ହେବାରଥିଲା ତାକୁ ଠିକାଦାର ମାନେ ଖାଲି ଜେସିବି ମାଧ୍ୟମରେ ରାମ୍ପି ବିଲ କରି ଚଳୁ କରିଥିବାର ଗ୍ରାମ ବାସୀଙ୍କ ଅଭିଯୋଗ | ଠିକାଦାର,ଜେଇ, କଂଟ୍ରାକଟର ଓ ଡିପାର୍ଟମେଣ୍ଟ ର ମଧୁ ଚନ୍ଦ୍ରିକାରେ ଆଜି ଗ୍ରାମ ବସି ହତାଶ | ଗ୍ରାମ ବାସୀଙ୍କ ଅଭିଯୋଗ ବ୍ଲକ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ଏହି ଘଣ୍ଟିଆଳି ଗ୍ରାମ ବାସୀଙ୍କୁ ପାଣି ଘେରର ସମାଧାନ କରନ୍ତୁ ଓ ଠିକା ଦାର, କଂଟ୍ରାକଟର ଙ୍କ ପ୍ରତି କଢା ପଦକ୍ଷେପ ନିଆଯାଉ ନଚେତ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଗ୍ରାମ ବାସି ଜଣାଇଛନ୍ତି