
ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା କୁ ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ, ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ, ସର୍କିଟ ହାଉସ ରେ ବିପୁଳ ସମ୍ବର୍ଦ୍ଧନା, ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଜାତୀୟ ପତାକା ନେଇ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ। ଦଳୀୟ କର୍ମୀ ଙ୍କ ସାକ୍ଷାତ କରିବା ସହ ସର୍କିଟ ହାଉସ ଠାରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ରେ ଯୋଗଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ସ୍ବାଗତ କରିଥିବା ବେଳେ ଆରକ୍ଷୀ ଅଧୀକ୍ଷକ ଜିଆର ରାଘବେନ୍ଦ୍ର ଉପସ୍ଥିତ ଥିଲେ। ଦଳୀୟ କର୍ମୀ ମଧ୍ୟରେ ଶତାଧିକ କର୍ମୀ ଉପସ୍ଥିତ ରହି ବିପୁଳ ସମ୍ବର୍ଦ୍ଧନା ଦେଇଛନ୍ତି।ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଯଦୁମଣି ପାଣିଗ୍ରାହୀ, ଗୋଲଡି ଅଗ୍ରୱାଲ, ପୂର୍ବତନ ସଭାପତି ଶିବ ପ୍ରସାଦ ମୁଣ୍ଡ, ସୁବ୍ରତ ଠାକୁର, ଭୈରବ ସାହୁ, ଅଜିତ୍ କିଶୋର ଚଲାନ, ସୁଶାନ୍ତ ପତି, ବହୁ କର୍ମୀ ଯୋଗ ଦେଇଥିଲେ।