
ଭବାନୀପାଟଣା (କିଶନ ଶର୍ମା) : ଭବାନୀପାଟଣା ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ସାମୁହିକ ରକ୍ଷା ବନ୍ଧନ ସହ ଗଙ୍ଗାଧର ମେହେର ଜୟନ୍ତି ଏବଂ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମ ରେ ମଂଚାସୀନ ଥିଲେ ମୁଖ୍ୟ ଅତିଥି ବ୍ୟବସାୟୀ ଏବଂ ସମାଜସେବୀ ଶ୍ରୀ ପୁରୁଷୋତ୍ତମ ଅଗ୍ରୱାଲ। ଗୁରୁ ଶ୍ରୀ ଜୟରାମ ସାହୁ ଙ୍କ ସହାୟତାରେ ଶିଶୁ ଭାଇ ଭଉଣୀ ସ୍ୱାଗତସଂଗୀତ ଗଗାଇଥିଲେ। ପ୍ରାଧନାଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ ଶ୍ରୀମତୀ ଅନିତା ପଣ୍ଡା ଏବଂ ଶ୍ରୀମତୀ ରଶ୍ମିତା ପଣ୍ଡା ଏବଂ ଶ୍ରୀ ନରୋତ୍ତମ ସ୍ୱାଇଁ ଦିବସ ର ମହତ୍ତ୍ୱ ସମ୍ପର୍କ ରେ ଅଭିଭାଷଣ ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନାର ଦାୟିତ୍ୱ ନିଭାଇ ଥିଲେ ଶ୍ରୀମତୀ ସନ୍ତୋଷିନୀ ଆଚାରୀ ଓ ସପ୍ତମ ଶ୍ରେଣୀ ର ଭଉଣୀ ଅର୍ପିତା ଧନଙ୍ଗଡ଼ାମାଝି। ଭାଇଭଉଣୀଙ୍କ ଦ୍ୱାରା ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ହୋଇଥିଲା ସୁନ୍ଦର ଭାବରେ। ଦାୟିତ୍ୱ ନେଇଥିଲେ ସୁନିତା ରାଉଳ, ଜ୍ୟୋତି ସାମଲ, ଜ୍ୟୋତି ମହାପାତ୍ରଓ ସୁକାନ୍ତି ଗଉଡ଼।ଅନ୍ଧ, ମୁକବଧିର ବିଦ୍ୟାଳୟକୁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଷଷ୍ଠ ଶ୍ରେଣୀର ଭାଇ ଙ୍କ ସହ ଶିବ ଗୁରୁଜୀ ଏବଂ ଗୋଦାବରୀଶ ଗୁରୁଜୀଙ୍କ ଦ୍ୱାରା ରକ୍ଷାବନ୍ଧନ ପର୍ବ ସେଇଠି ହୋଇଥିଲା ଏବଂନୁଆଁ ଗାଁ ଓ ଆଖ ପାଖ ଅଞ୍ଚଳ କୁ ଯାଇ ସୁଶାନ୍ତ ବାରିକ, ଉଦ୍ଧବ ଗୁରୁଜୀ ଏବଂ ଲମ୍ବୋଦର ଗୁରୁଜୀ ସମ୍ପର୍କର ସେତୁ ବାନ୍ଧିବା ଉଦ୍ଦେଶ୍ୟରେ ଗାଈ ବଳଦଙ୍କୁ ରାକ୍ଷୀ ବାନ୍ଧିଥିଲେ।ଏଥିରେ ସହଯୋଗ କରିଥିଲେ ବରିଷ୍ଠ ସେବକ ପରମାନନ୍ଦ ଜାନି। ଶିଶୁଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ ବନଶ୍ରୀ ଦାଶ, ସୁନିତା ନାୟକ, ମନୋଜ ନାୟକ ଏବଂ ବିଶ୍ୱ ରଞ୍ଜନ ଦାଶ। ଚିତ୍ରଉତ୍ତୋଳନ କରିଥିଲେ ଲୀଳାମୟ ଗୁରୁଜୀ।ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ଗୁରୁଜୀ ଶ୍ରୀ କିଶୋର ନାଗ। ସମସ୍ତ ଗୁରଜୀ ଗୁରୁମା ଙ୍କ ପୂର୍ଣ୍ଣ ସହଯୋଗ ରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।