
ନୂଆପଡା( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ାଙ୍କ ଆଗମନ, ଜିଲ୍ଲା ସ୍ତରୀୟ ହର ଘର ତ୍ରିରଙ୍ଗା ଯାତ୍ରା ରେ ଯୋଗଦାନ କରିବେ। କଳାହାଣ୍ଡି ଜିଲ୍ଲା ରେ କାର୍ଯ୍ୟକ୍ରମ ସାରି ସଡ଼କ ପଥରେ ନୂଆପଡ଼ା ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଅଛି। ଜିଲ୍ଲା ମହକୁମା ଠାରେ ଜିଲ୍ଲା ସ୍ତରୀୟ ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ଯୋଗଦେବେ। ଦାୟିତ୍ବ ନେବା ପରେ ନୂଆପଡ଼ା ଜିଲ୍ଲା କୁ ତାଙ୍କ ପ୍ରଥମ ଗସ୍ତ ଥିବା ବେଳେ କର୍ମୀ ମହଲ ରେ ଉତ୍ସାହ ଦେଖାଯାଉଛି। ନୂଆପଡ଼ା ଠାରେ ରାତ୍ରି ଯାପନ କରିବା କାର୍ଯ୍ୟକ୍ରମ ଥିବା ଜଣାପଡିଛି ।