ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ରୋଗରେ ପିଡୀତ ଜଣେ ଅସହାୟ ବ୍ୟକ୍ତିଙ୍କୁ ସରକାରୀ ସହାୟତା ନିମନ୍ତେ ସୋର ତହସିଲଦାର ଭେଟିଥିବା ଜଣାପଡିଛି। ସୋର ବ୍ଳକ ସିଙ୍ଗାଖୁଣ୍ଟା ପଞ୍ଚାୟତ ସିନ୍ଧୁଆ ଗ୍ରାମର ରାମଚନ୍ଦ୍ର ସିଂଙ୍କର ଗତ ୭ ବର୍ଷ ତଳେ ତାଙ୍କର ଦୁଇଟି ଯାକ କିଡିନ ଖରାପ ହୋଇଯାଇଥିଲା। ଘରେ ଯାହା କିଛି ଥିଲା ବିକ୍ରିକରି ଚିକିତ୍ସାରେ ଲଗାଇବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସେ ଅସହାୟ ପ୍ରକାଶ କରି ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ ଜଣାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ଅପରାହ୍ଣରେ ସୋର ତହସିଲଦାର ଦୈତାରୀ ମଲ୍ଲିକ ରାମଚନ୍ଦ୍ରଙ୍କ ଘରେ ପହଞ୍ଚି ଘଟଣା ବାବଦରେ ବୁଝବା ସହିତ ଖୁବଶିଘ୍ର ତାଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଜିଲ୍ଲାପ୍ରଶାସନଙ୍କୁ ଅବଗତ କରାଇଛନ୍ତି।।
