ବସ୍ତା (ସେଖ ଆଜାରୁଦ୍ଦିନ) : ବିଦ୍ୟାଳୟର ବିଭିନ୍ନ ଦୁର୍ନୀତି ବଖାଣିବାରୁ ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକଙ୍କୁ ଆକ୍ରୋଶର ଶିକାର ହେବାର ପଡ଼ିଛି। ଫଳରେ ବାଧ୍ୟ ହୋଇ ଶିକ୍ଷକ ଜଣକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦୁର୍ନୀତିର ପର୍ଦ୍ଦାଫାଶ କରିଛନ୍ତି। ସେ ହେଲେ କାଦରାୟାଁ ପଞ୍ଚାୟତ ଦେଭୋଗ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତନଞ୍ଜୟ ପାଣିଗ୍ରାହୀ। ଶିକ୍ଷକ ଶ୍ରୀ ପାଣିଗ୍ରାହୀ ପ୍ରାୟ ଏକ ବର୍ଷ ପୂର୍ବେ ବେଲି କ୍ଲଷ୍ଟରର ସିଆରସିସି ଦାୟିତ୍ବ ତୁଲାଉଥିଲେ। ଏହି ସମୟରେ ଦେଭୋଗ ପ୍ରାଥମିକ ସରକାରୀ ବିଦ୍ୟାଳୟରେ ବିଭିନ୍ନ ଦୁର୍ନୀତି ହେଉଥିବା ନଜରରେ ଆସିଥିଲା। ଉକ୍ତ ଦୁର୍ନୀତି ଗୁଡ଼ିକ ମଧ୍ୟରେ କୋଭିଡ଼-୧୯ ସମୟରେ ରାସନ କଷ୍ଟ ଟଙ୍କା ସିଧାସଳଖ ପିଲାଙ୍କ ଖାତାକୁ ନଯାଇ ଖୋଦ ପ୍ରଧାନ ଶିକ୍ଷକ ସେଖ ସାହାଜାଦା ଖାନଙ୍କ ସ୍ତ୍ରୀ, ପୁଅ, ଝିଅ ଏବଂ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଯିବା, ସାମାର ସେଲ ପାଇଖାନା ବିଦ୍ୟାଳୟ ଠାରୁ ୨୫ ମିଟର ଦୂରତାରେ କରାଯିବାର ନିର୍ଦ୍ଦେଶାବଳୀ ଥିବା ବେଳେ ବିଦ୍ୟାଳୟକୁ ଲାଗି କରିବା, ସ୍ତ୍ରୀ ଆଲୁମିନି କମିଟି ସଭାପତି ଥାଇ ମୋ ସ୍କୁଲ ଅଭିଯାନର ପାଖା ପାଖି ୬ଲକ୍ଷ ଟଙ୍କାକୁ ଚଳୁ କରିବା, କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ନକରିବା, ବିଦ୍ୟାଳୟକୁ ଆସୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଲାଗି ଶିକ୍ଷାବିଭାଗ ଏବଂ ଅନ୍ୟାନ୍ୟ ଅର୍ଥରାଶିକୁ ହଡ଼ପ କରିବା, ଏମଡ଼ିଏମରେ ୩୦ ରୁ ୪୦ ଛାତ୍ରଛାତ୍ରୀ ଖାଉଥିବା ବେଳେ ସମସ୍ତ ପିଲା (୧୭୯) ଙ୍କ ନାମରେ ଉପସ୍ଥାନ ଦର୍ଶାଇ ଚାଉଳ ହଡ଼ପ କରୁଥିବା ଭଳି ଘଟଣା ସେ ଦେଖିବାକୁ ପାଇଥିଲେ।ସେହିଭଳି ପ୍ରଧାନଶିକ୍ଷକ ଜଣକ ଶନିବାର ଏବଂ ରବିବାର ମାନଙ୍କରେ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ରୂପେ ଛୁଟି କରି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଦର୍ଶାଇ ଏମଡ଼ିଏମ ଚାଉଳ ହଡ଼ପ କରିଆସୁଥିଲେ। ଫଳରେ ଶ୍ରୀ ପାଣିଗ୍ରାହୀ ଏନେଇ ପ୍ରଧାନ ଶିକ୍ଷକ ସେଖ ସାହାଜାଦା ଖାନଙ୍କୁ ପଚାରିଥିଲେ। ମାତ୍ର ପ୍ରଧାନ ଶିକ୍ଷକ ଜଣକ କୌଣସି ଉତ୍ତର ରଖିନଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ବିଦ୍ୟାଳୟରେ ପ୍ରାର୍ଥନା ବୋଲାଯାଉଥିବା ସମୟରେ ଛାତ୍ରଛାତ୍ରୀମାନେ ସଠିକ ଢଙ୍ଗରେ ଜାତୀୟ ସଂଗୀତ ଗାନ କରି ପାରୁନଥିବା ପରିଲକ୍ଷିତ ହୋଇଥିଲା। ମାତ୍ର ବିଡ଼ମ୍ବନାକୁ ଚୋରମାରା ବିଦ୍ୟାଳୟରେ ଶିକ୍ଷକ ଅଭାବ ଜନିତ କାରଣରୁ ତନଞ୍ଜୟଙ୍କୁ ସେଠାକୁ ବଦଳି କରାଯାଇଥିଲା। ଯାହା ଦ୍ବାରା ଉକ୍ତ ବିଦ୍ୟାଳୟରେ ପୂର୍ବାବସ୍ଥା ଜାରି ରହିଥିଲା। ତେବେ ଗତ ୧୫ ଦିନ ପୂର୍ବେ ଶ୍ରୀ ପାଣିଗ୍ରାହୀ ପୁଣି ଥରେ ଉକ୍ତ ବିଦ୍ୟାଳୟକୁ ବଦଳି ହୋଇ ଆସିଥିଲେ। ଏହି ସମୟରେ ଗୋଟିଏ ଶନିବାର ବିଦ୍ୟାଳୟରେ ତାଲା ଝୁଲିଥିବାର କିଛି ଗଣମାଧ୍ୟମ ପ୍ରତିନିଧି ଦେଖି ପ୍ରଧାନ ଶିକ୍ଷକଙ୍କୁ ପଚରା ଉଚରା କରିଥିଲେ। ଏହା ଶ୍ରୀ ପାଣିଗ୍ରାହୀଙ୍କ ଦ୍ବାରା ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ପ୍ରଧାନ ଶିକ୍ଷକ ଜଣକ କିଛି ମୁଷ୍ଟିମେୟ ଲୋକଙ୍କୁ ପ୍ରବର୍ତ୍ତାଇ ବିଦ୍ୟାଳୟର କାର୍ଯ୍ୟରତ ରାନ୍ଧୁଣୀ ଓ ଛାତ୍ର,ଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ଅଶୀଳ ଇଙ୍ଗିତ କରିବା ସହ ସେମାନଙ୍କୁ ମନ୍ଦ ଉଦ୍ଦେଶ୍ୟରେ ଧକ୍କା ଦେବା ସହ ଅଶୀଳନ ବ୍ୟବହାର କରୁଥିବା ମିଛ ଅଭିଯୋଗ ଆଣି ଶୁକ୍ରବାର ବିଦ୍ୟାଳୟର ଛାତ୍ର/ଛାତ୍ରୀ, ଅଭିଭାବକ, ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଏବଂ ପରିଚାଳନା କମିଟିର ସଭାପତିଙ୍କ ମାଧ୍ୟମରେ ବିଇଓଙ୍କ ନିକଟରେ ଅଭିଯୋଗ କରିଥିବା କହିଥିଲେ। ତେବେ ଗତ ଗୁରୁବାର ବିଦ୍ୟାଳୟରେ ହୋଇଯାଇଥିବା ପିଟିଏ ବୈଠକରେ ପରିଚାଳନା କମିଟି ସଭାପତି ସେଖ୍ କେତାମୁଦ୍ଧିନ ଅନୁପସ୍ଥିତ ଥିବା ବେଳେ ବୈଠକ ସୁରୁଖୁରୁରେ ଚାଲିଥିଲା। ମାତ୍ର ଉକ୍ତ ବୈଠକରେ ଶ୍ରୀ ପାଣିଗ୍ରାହୀଙ୍କ ଉପରେ ଅଣାଯାଇଥିବା ଅଭିଯୋଗ ଉପରେ କୌଣସି କଥା ଆଲୋଚନା ନହୋଇ ସିଧାସଳଖ ସେଖ୍ କେତାମୁଦ୍ଧିନ ଏବଂ କିଛି ଅଣ ଅଭିଭାବକ/ଅଭିଭାବିକା ତାଙ୍କ ବିରୁଦ୍ଧରେ ବିଇଓଙ୍କ ନିକଟରେ ଅଭିଯୋଗ କୋଉଠି ନା କୋଉଠି ଏକ ସୁପରିକଳ୍ପିତ ଯୋଜନା ମାଧ୍ୟମରେ ତାଙ୍କୁ ଫସେଇ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ଉକ୍ତ ବିଦ୍ୟାଳୟରେ ୯୦ ପ୍ରତିଶତ ପିଲାଙ୍କ ସମେତ ପ୍ରଧାନ ଶିକ୍ଷକ ଜଣକ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ହୋଇଥିବାରୁ ତାଙ୍କୁ ଆକ୍ରୋଶର ଶିକାର ହେବାକୁ ପଡ଼ିଛି ବୋଲି ରବିବାର ବାହାର୍ଦ୍ଦା ସ୍ଥିତ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି।ଉକ୍ତ ଅଭିଯୋଗ କୁ ଶିକ୍ଷା ବିଭାଗ ଗୁରୁତର ସହ ନେଇ ଉଚ୍ଚ ସ୍ତରୀୟ ତଦନ୍ତ କରିବାର ଆବଶ୍ୟକତା ରହିଛି।
