
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ପରିସରରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିରରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗଦାନ କରି ବିଭିନ୍ନ ଅଭିଯୋଗ ଗୁଡ଼ିକର ଶୁଣାଣି କରିଛନ୍ତି। ଏହି ଶିବିରରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଉପଜିଲ୍ଲାପାଳ ଡ: ପ୍ରିୟା ସିନ୍ଧୁ ପରିଡ଼ା,ବିଡିଓ ଅନନ୍ତ ସରେନ, ଓଏସଡି ଡ:ରଜନୀ କାନ୍ତ ବିଶ୍ଵାଳ ପ୍ରମୁଖ ମଞ୍ଚାସିନ ଥିଲେ।ଗୁରୁବାର ଦିନ ପ୍ରାୟ ଦିନ ୧୨.୩୦ ମିନିଟ ସମୟରେ ଜନଶୁଣାଣି ଶିବିର ଆରମ୍ଭ ହୋଇଥିବା ବେଳେ ବହୁ ଦୂରଦୂରାନ୍ତରୁ ଲୋକମାନେ ଆସି ଧାଡ଼ିରେ ଛିଡା ହୋଇ ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ।ପିଇବା ପାଣିର ସମସ୍ୟା,ରାସ୍ତାଘାଟ,ହରିଶ୍ଚନ୍ଦ୍ର ଯୋଜନା ଅନିୟମିତତା,ବିଦ୍ୟୁତ ସମସ୍ୟା ସହିତ ସର୍ବମୋଟ ୪୬୯ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା।ସୂଚନା ଥାଉକି ଯେ,ହରିଶ୍ଚନ୍ଦ୍ର ଯୋଜନାର ଶବଦାହ ପାଇଁ ଜୈନିକ ବ୍ୟକ୍ତିଙ୍କୁ ଟଙ୍କା ଦିଆଯାଇ ନଥିବାରୁ ଅଭିଯୋଗ ପାଇବା ମାତ୍ରେ ମନ୍ତ୍ରୀ ଶ୍ରୀ ମହାପାତ୍ର କ୍ଷୁବ୍ଧ ହୋଇ ବିଭାଗୀୟ ଅଧିକାରୀଙ୍କୁ ତାଗିତ କରିବା ସହ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇ ଥିଲେ।ତେବେ ଯେ କୌଣସି ବିଭାଗରେ କୌଣସି ପ୍ରକାର ତ୍ରୁଟି ହେଲେ କିମ୍ବା ଜନସାଧାରଣ କାର୍ଯ୍ୟରେ ବାଧା ଉପୁଯାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମସ୍ତ ଅଧିକାରୀଙ୍କୁ ତାଗିତ କରିଥିଲେ ।ଏହି ଶିବିରରେ ବିଡିଓ ଅନନ୍ତ ସରେନ,ତହସିଲଦାର କ୍ରେସେନସିୟା ତିର୍କି,ଜିଲ୍ଲାପରିଷଦ ସଦସ୍ୟ ଶ୍ୟାମସୁନ୍ଦର ଡାକୁଆ ଓ ବ୍ଲକର ସମସ୍ତ ବିଭାଗୀୟ ସରକାରୀ ଅଧିକାରୀ ଉପସ୍ଥିତ ରହିଥିଲେ।