ଗଁଦିଆ ବ୍ଳକ ବରିଷ୍ଠ ନାଗରିକ ମଞ୍ଚ ର ବୈଠକ ଅନୁଷ୍ଠିତ।(ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )
ଗଁଦିଆ ତା ୨୮.୧୧.୨୦୨୬
ଗଁଦିଆ ବ୍ଳକ ବରିଷ୍ଠ ନାଗରିକ ମଞ୍ଚ ର ବୈଠକ ସଭାପତି ବିଜୟ କୁମାର ସାମନ୍ତ ଙ୍କ ଅଧ୍ୟକ୍ଷତାରେ ପୋରୁହଖୋଜ ରାମ ମନ୍ଦିର ପ୍ରାଙ୍ଗଣରେ ନଭେମ୍ବର ମାସ ୨୮ ତାରିଖ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି। ପଞ୍ଜିକୃତ ଲାଭ କରିଥିବା ଗଁଦିଆ ବ୍ଳକ ବରିଷ୍ଠ ନାଗରିକ ମଞ୍ଚ ତାର ବାର୍ଷିକ ସମାରୋହ ଗଁଦିଆ ବ୍ଳକ ସଦରମହକୁମା ରେ କରିବା ପାଇଁ ଆସନ୍ତା ଡ଼ିସେମ୍ବର ମାସ ୨୭ ତାରିଖ କୁ ଧାର୍ଯ୍ୟ କରିଅଛି। ଗଁଦିଆ ବରିଷ୍ଠ ନାଗରିକ ମଞ୍ଚ ର ଗୃହ ନିର୍ମାଣ ପାଇଁ ଏକ ସ୍ଥାନ ନବଗଠିତ ଗଁଦିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଦେବାପାଇଁ ତହସିଲଦାର ଗଁଦିଆ ମହୋଦୟ ଙ୍କୁ ନିବେଦନ କରୁଅଛି। ଏତଦ୍ ବ୍ୟତୀତ ଗଁଦିଆ ବ୍ଳକ ବରିଷ୍ଠ ନାଗରିକ ମଞ୍ଚ ର ସଭାକକ୍ଷ ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ମିଳିବା ପାଇଁ ସ୍ଥାନୀୟ ମାନ୍ୟବର ବିଧାୟକ ତଥା ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଙ୍କୁ ବୈଠକ ରେ ଅନୁରୋଧ କରାଯାଇଛି। ବରିଷ୍ଠ ନାଗରିକ ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭେଷଜ ବିଶେଷଜ୍ଞ, ସ୍ତ୍ରୀ ପ୍ରସୂତି ରୋଗ ବିଶେଷଜ୍ଞ, ଏବଂ ଶିଶୁରୋଗ ବିଶେଷଜ୍ଞ ନିଯୁକ୍ତି ପାଇଁ ମାନ୍ୟବର କ୍ୟାବିନେଟ୍ ମନ୍ତ୍ରୀ ମହୋଦୟ ଙ୍କ ସହିତ ଢେଙ୍କାନାଳ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଆଜି ର ବୈଠକ ରେ ଅନୁରୋଧ କରାଯାଇଛି। ଏହି ବୈଠକରେ ମୁଖ୍ୟ ଉପଦେଷ୍ଟା ତଥା ସ୍ଵତନ୍ତ୍ର ବିଚାରପତି ସିବିଆଇ ଭିକାରୀ ଚରଣ ରାଉତ, କାର୍ଯ୍ୟକାରୀ ସଭାପତି ତଥା ପ୍ରକୃତି ବନ୍ଧୁ ହରିହର ସାହୁ, ଉପଦେଷ୍ଟା ଦଣ୍ଡଧରଙ ସାହୁ, ମାର୍ଗ ଦର୍ଶକ ପ୍ରେମାନନ୍ଦ ସାମଲ, କୋଷାଧ୍ୟକ୍ଷ ଶ୍ଯାମ ସୁନ୍ଦର ସ୍ବାଇଁ, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ଭୂତିଆ, ସମୀକ୍ଷକ ଉପେନ୍ଦ୍ର କୁମାର ରାଉତ, କର୍ମ କର୍ତ୍ତା ବିଚିତ୍ରାନନ୍ଦ ସାମଲ, ଲମ୍ବୋଦର ପରିଡ଼ା, ଯୁଧିଷ୍ଠିର ମହାନ୍ତି, ହଳଧର ମହାଳିକ, ଉମେଶ ଚନ୍ଦ୍ର ଧୀର, ଶରତ ଚନ୍ଦ୍ର ନାୟକ ଙ୍କ ସହିତ ଅନେକ ସଭ୍ୟ ଯୋଗଦାନ କରିଥିଲେ। ପରିଶେଷରେ କାର୍ଯ୍ୟକାରୀ ସଭାପତି ପ୍ରକୃତିବନ୍ଧୁ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
