*ସରକାରୀ କ୍ୱାର୍ଟରରେ ଟଙ୍କା ନେଇ ରୋଗୀ ସେବା: ଶେଷରେ ଗଲା ବିଧାୟକଙ୍କ ଛାୟାରେ ଥିବା ଡାକ୍ତରଙ୍କ ଇନଚାର୍ଜ ପଦ!*
*ବଡ଼ସାହି, ୨୭/୧୧ (ମୟୂରଭଞ୍ଜ) :*
*୧. କଣ ହୋଇଥିଲା:*
– ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଥିଲେ ମାଣତ୍ରୀ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ରୋଗ ଡାକ୍ତର *ସୁକାନ୍ତ ପାତ୍ର*।
– ଅଭିଯୋଗ: ସେ ଅଫିସ୍ କାମରେ ବ୍ୟସ୍ତ ରହି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ସରକାରୀ କ୍ୱାର୍ଟରରେ ରହି ଟଙ୍କା ନେଇ ରୋଗୀ ଦେଖୁଥିଲେ।
*୨. ଅକ୍ଟୋବର ୧ ଘଟଣା – ଯେଉଁଠୁ ସବୁ ଫାଟିଲା:*
– କାର୍ଯ୍ୟାଳୟ ସମୟରେ ଗର୍ଭବତୀ ମହିଳା ରୋଗୀଙ୍କୁ ଦେଖିବାକୁ କେନ୍ଦ୍ର କରି ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଡାକ୍ତରଙ୍କ ଯୁକ୍ତିତର୍କ ଓ ଦୁର୍ବ୍ୟବହାର ହୋଇଥିଲା।
– ଏହାକୁ ନେଇ ବଡ଼ସାହି ଥାନାରେ ପୃଥକ୍ ଭାବେ ୨ଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।
*୩. ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ:*
– ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତକାରୀ ଟିମ୍ ଅକ୍ଟୋବର ୭ ତାରିଖରେ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଥିଲେ।
– ତଦନ୍ତ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
*୪. ଶେଷରେ ହଟିଲେ ଡାକ୍ତର:*
– ସିଡିଏମଓ କାର୍ଯ୍ୟାଳୟର *ଚିଠି ନଂ ୮୬୧୭/୨୩.୧୧.୨୬* ଅନୁସାରେ ଡାକ୍ତର ସୁକାନ୍ତ ପାତ୍ରଙ୍କୁ ଇନଚାର୍ଜ ଦାୟିତ୍ୱରୁ ହଟାଇ ଦିଆଯାଇଛି।
– ତାଙ୍କ ସ୍ଥାନରେ କାର୍ଯ୍ୟରତ ଡାକ୍ତର *ବିଭୂତି ଭୂଷଣ ମହାନ୍ତ*ଙ୍କୁ ଇନଚାର୍ଜ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
*୫. ଲୋକଙ୍କ ପ୍ରଶ୍ନ:*
– ବିଧାୟକଙ୍କ ବାହୁ ଛାୟା ତଳେ ରହି ଏତେଦିନ କେମିତି ଚାଲିଥିଲା ଏ ଖେଳ?
– କେବଳ ଇନଚାର୍ଜରୁ ହଟାଇଲେ ହେବ କି? ସରକାରୀ କ୍ୱାର୍ଟରରେ ଟଙ୍କା ନେଇ ରୋଗୀ ଦେଖିବା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପାଇଁ ଆଗକୁ କଣ କାର୍ଯ୍ୟାନୁଷ୍ଠାନ ହେବ?
– ଗରିବ ଗର୍ଭବତୀ ମହିଳାଙ୍କୁ ମାଗଣା ସେବା ବଦଳରେ ଟଙ୍କା ମାଗିବା କେତେ ନ୍ୟାଯ୍ୟ?
*ମୟୂରଭଞ୍ଜରୁ ଶୁଭାଶିଷ ଚ଼ୌଧୂରୀଙ୍କ ସହ ମୋନାଲି ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର*
