କଳିଙ୍ଗ ବାଲିଯାତ୍ରା ର ଦ୍ଵିତୀୟ ସନ୍ଧ୍ୟା l
ପାରାଦୀପ- ପାରାଦୀପ କଳିଙ୍ଗ ବାଲିଯାତ୍ରା ର ଦ୍ଵିତୀୟ ସନ୍ଧ୍ୟାର ସଭା ମଣ୍ଡନ କଲେ ମୁଖ୍ୟ ଅତିଥି ଶ୍ରୀ ଅନିରୁଦ୍ଧ ବିକ୍ରମ ସିଂହ, ମୁଖ୍ୟ ଇଫକୋ କାରଖାନା ଅଧିକାରି ଯୋଗ ଦେଇ ଥିବା ବେଳେ, ସମ୍ମାନୀତ , ଶ୍ରୀ ସନତ କୁମାର ପଟେଲ, କମଣ୍ଡାନ୍ଟ ଶିଳ୍ପାଞ୍ଚଳ ନିରାପତ୍ତା ଆରକ୍ଷୀ ବାହୀନି, ଶ୍ରୀଯୁକ୍ତ ଦୀପକ କୁମାର ସ୍ୱାଇଁ ଓ ,ପ୍ର , ସେ, ଗୋଷ୍ଟି ଉନ୍ନୟନ ଅଧିକାରୀ କୁଜଙ୍ଗ, ସୁଶ୍ରୀ ସୟଦା ନାଏଲା ଡେପୁଟି କଲେକ୍ଟର ପାରାଦୀପ, ଯୋଗ ଦେଇ ଥିବା ବେଳେ ସଭାପତି ମନୋଜ ଭୋଇ, ଅଧ୍ୟକ୍ଷ ଜିଲ୍ଲା ପରିଷଦ ଜଗତ ସିଂହପୁର ପ୍ରମୁଖ କଳିଙ୍ଗ ବାଲିଯାତ୍ରାର ଦ୍ୱିତୀୟ ସନ୍ଧ୍ୟା ରେ ଯୋଗ ମଞ୍ଚାସିନ ହୋଇ ଥିବା ବେଳେ ସମସ୍ତ ଅତିଥି ମାନେ ନୌବାଣିଜ୍ୟ ପରମ୍ପରା ବିଷୟରେ ଆଲୋକ ପାତ କରିଥିବା ସହ କଳିଙ୍ଗ ବାଲିଯାତ୍ରା ମହତ ବିଷୟରେ ବିସ୍ତୃତ ଭାବେ ନିଜ ନିଜର ଅଭିଭାଷଣ ରଖିଥିଲେ l ଏହି ଦ୍ୱିତୀୟ ସନ୍ଧ୍ୟା ରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଖୁବ ଜାକ ଜମକ ହୋଇଥିଲା ଏଥିରେ ବିଭିନ୍ନ କମ୍ପାନୀ ମାନଙ୍କ ତରଫରୁ ନିଜ ନିଜର ଷ୍ଟଲ୍ ପଡ଼ିଥିବା ବେଳେ ଇଫକୋ ୟୁନିଟ୍ ପାରାଦୀପ ତରଫରୁ ଏକ ଷ୍ଟଲ୍ କରାଯାଇ ଥିବା ଦେଖିବାକୁ ମିଳିଛି l ଉପସ୍ଥିତ ଦର୍ଶକ ମାନେ ଓ ବାଲିଯାତ୍ରା ବୁଲିବାକୁ ଆସୁଥିବା ଜନସାଧାରଣ ଭଳିକି ଭଳି ସାମଗ୍ରୀ କିଣି ନିଜକୁ ଖୁବ ଆନନ୍ଦିତ ଥିବା ଦେଖାଯାଉ ଥିଲା l
