*ବଡ଼ସାହି ବ୍ଲକ୍ ପ୍ରଶାସନ ଏବେ ଦଳୀୟ ପ୍ରଚାରକ ସାଜିଛନ୍ତି କି?*
*ବଡ଼ସାହି, ୨୫/୧୧ (ଭାଞ୍ଜଦୁତ ଖବର) :*
*୧.* ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ପ୍ରଶାସନ ଏବେ ଦଳୀୟ ପ୍ରଚାରକ ସାଜିଛନ୍ତି ବୋଲି ଅଭିଯୋଗ ଉଠିଛି। ଏହାର ଉଦାହରଣ ସାମ୍ନାକୁ ଆସିଛି।
*୨.* ଯେତେବେଳେ ଗୋଟିଏ ଗରିବ, ଅସହାୟ ଏବଂ ଦିବ୍ୟାଙ୍ଗ ଲୋକ ଭତ୍ତା ପାଇଁ ପଞ୍ଚାୟତକୁ ଯାଆନ୍ତି, ସେଠାରେ ସରପଞ୍ଚ ନିଜେ ସେମାନଙ୍କର ଅଫ୍ଲାଇନ୍ ଠାରୁ ଅନ୍ଲାଇନ୍ ପର୍ଯ୍ୟନ୍ତ ଆବେଦନ କରି କିପରି ଭତ୍ତା ପାଇପାରିବେ ସେଥିପାଇଁ ଚେଷ୍ଟା କରିଥାନ୍ତି।
*୩.* କିନ୍ତୁ ଯେତେବେଳେ ଭତ୍ତା ହୋଇ ଆସିଲା, ସେତେବେଳେ ଭତ୍ତା ବିଜେପି ସରକାର ଦେଲେ ବୋଲି ତାର ପ୍ରଚାର କରିବା ପାଇଁ ସରପଞ୍ଚ, ପଞ୍ଚାୟତ ଅଧିକାରୀ ଏବଂ ସମିତି ସଭ୍ୟଙ୍କୁ କିଛି ନ ଜଣାଇ ବଡ଼ସାହି ବିଡିଓ ବିଜେପି କର୍ମୀମାନଙ୍କର ନାମ ଲିଷ୍ଟ୍ ବିଏସ୍ଏସ୍ଓ ସାର୍ଣ୍ଣା ହେମ୍ବ୍ରମ୍ଙ୍କୁ ଦେଇଥିବା ଅଭିଯୋଗ ହୋଇଛି।
*୪.* ଏହି ଲିଷ୍ଟ୍ରେ ବଡ଼ସାହି, ତଳପଦା, ମଧୁପୁର, ବିରେଶ୍ୱରପୁର, ପ୍ରତାପପୁର, ବଳଭଦ୍ରପୁର, ସୁହାଗପୁରା, ଜୋଗିନୁଆଗାଁ, କୋଚିଳାଖୁଣ୍ଟା, ପଉଁସିଆ, ସିଆଳିଘାଟି, ଛେଳିଆ ଏବଂ ମାନାତ୍ରି ମଣ୍ଡଳର ଭିମିଡ଼ା, ଦେଉଳିଆ, କେନ୍ଦୁଡିହା, ଚନ୍ଦନପୁର, ଦୁର୍ଗାପୁର, ମାନାତ୍ରି, ମାନଗୋବିନ୍ଦପୁର, ସାଲଗାଁ, ପଟିସାରି ଆଦି ପଞ୍ଚାୟତର ବିଧାୟକ ପ୍ରତିନିଧିଙ୍କ ନାମ ରହିଥିବା ଦେଖିବାକୁ ମିଳିଛି।
*୫.* ଗଣମାଧ୍ୟମ ପ୍ରତିନିଧି ବିଡିଓଙ୍କ ଠାରୁ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିବା ପରେ ବିଡିଓ ଫସି ଯାଇ ଅନ୍ୟ କର୍ମଚାରୀ ଉପରେ ଦୋଷ ଲଦୁଥିବା ଚର୍ଚ୍ଚା ହେଉଛି।
*ମୟୂରଭଞ୍ଜରୁ ଶୁଭାଶିଷ ଚୌଧୁରୀଙ୍କ ସହ ମୋନାଲି ସାହୁଙ୍କ ରିପୋର୍ଟ, ଭଞ୍ଜଦୂତ ଖବର*
