ମାନବ ସେବା ହିଁ ପ୍ରକୃତ ସେବା : ଗୋଶାଳାରେ ୧୦୦ କମ୍ବଳ ବଣ୍ଟନ
(ଡା:ରମେଶ କୁମାର.ନି:ପ୍ର)
ବଲାଙ୍ଗୀର : ମାନବ ସେବା ହିଁ ପ୍ରକୃତ ସେବା ଏବଂ ମାନବତାର ଧର୍ମକୁ ପାଥେୟ କରି ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ, ବଲାଙ୍ଗୀର ଶାଖା ପକ୍ଷରୁ ଗୋଶାଳାଠାରେ ଏକ ମହତ୍ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଗୋଶାଳାରେ କାର୍ଯ୍ୟରତ ଗୋସେବକ, କେୟାରଟେକର ଏବଂ ଅନ୍ୟାନ୍ୟ ଆବଶ୍ୟକତା ଥିବା ସହଯୋଗୀମାନଙ୍କ ମଧ୍ୟରେ ୧୦୦ଟି କମ୍ବଳ ବଣ୍ଟନ କରାଯାଇଥିଲା।
ଏହି ସେବା କାର୍ଯ୍ୟକ୍ରମରେ ବଲାଙ୍ଗୀର ଶାଖା ସଚିବ ଶ୍ରୀ କହ୍ନେୟାଲାଲ ଜୀ, ଷ୍ଟେଟ୍ ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ସଞ୍ଜୟ ଅଗ୍ରୱାଲ (ଅନୁ), ବଲାଙ୍ଗୀର ଜୋନ୍ ସେକ୍ରେଟାରୀ ଶ୍ରୀ ଅନିଲ ମୋଦୀ ଜୀ, ଷ୍ଟେଟ୍ କ୍ୟାସିୟର ଶ୍ରୀ ନରେନ୍ଦ୍ର ଜୈନ ଜୀ, ଷ୍ଟେଟ୍ ପଲିଟିକାଲ୍ ଚେୟାରମ୍ୟାନ୍ ଶ୍ରୀ ବିଷ୍ଣୁ କେଡ଼ିଆ ଜୀ, ନବଭାରତର ବଲାଙ୍ଗୀର ପ୍ରତିନିଧି ଶ୍ରୀ ରଞ୍ଜିତ ବେହେରା ଏବଂ ମୁଖ୍ୟ ଅତିଥି ସମାଜସେବୀ ଶ୍ରୀ ସୁରେଶ ସାରଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।
ସମସ୍ତ ଅତିଥି ଓ ସମାଜବନ୍ଧୁମାନଙ୍କ ସହଯୋଗରେ ଏହି ମହତ୍ ସେବା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।
ସମାଜ ଓ ମାନବତାର ସେବା ହିଁ ଆମର ପ୍ରକୃତ କର୍ତ୍ତବ୍ୟ। ସେବା, ସହଯୋଗ ଓ ସମର୍ପଣ ଭାବନା ମାଧ୍ୟମରେ ଏଭଳି ଜନହିତକର କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ ବୋଲି ଶାଖା ପକ୍ଷରୁ ଆହ୍ୱାନ ଦିଆଯାଇଛି।
ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ
ବଲାଙ୍ଗୀର ଶାଖା 🙏
