କଟକ ସଦର ନିର୍ବାଚନ ମଣ୍ଡଳୀ ରେ କିଛି ପ୍ରକଳ୍ପ ନକରି ବିଧାୟକ ଙ୍କ ଶ୍ରେୟ ନେବା ଉଦ୍ୟମ କୁ ବିଜେଡି ର ନିନ୍ଦା ସାଲେପୁର କଟକ ସଦର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଂଚାୟତ ତଥା ଗୁରୁତ୍ୱପୂର୍ଣ ସ୍ଥାନ ମାନଙ୍କରେ ବିଗତ ସାଧାରଣ ନିର୍ବାଚନ ପୂର୍ବରୁ ବି ଜେ ଡି ସରକାରସମୟରେ କରାଯାଇଥିବା ବୃହତ ଓ କ୍ଷୁଦ୍ର ପ୍ରକଳ୍ପ ଗୁଡିକର ଶ୍ରେୟ ବର୍ତମାନ ର ବିଜେପି ବିଧାୟକ ନେବାପାଇଁ ପ୍ରୟାସ କରିବା କୁ ବିଜୁ ଜନତା ଦଳ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି | ଆଜି କଟକ ସଦର ନିର୍ବାଚନ ମଣ୍ଡଳୀ ର ଦାମୋଦର ପୁର ପଂଚାୟତ କଳାପରିଷଦ ସମ୍ମିଳନୀ କକ୍ଷ ରେକଟକ ଜିଲ୍ଲା ସାଧାରଣ ସଂପାଦକ ପ୍ରମୋଦ କୁମାର ନାୟକ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ କଟକ ସଦର ର ପ୍ରକ୍ତନମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଙ୍କ ପ୍ରଚେଷ୍ଟା ରେମହାନଦୀରେ ହୋଇଥିବା ସାହୁକ୍ଷେତ ସିର୍ଲୋ ସେତୁ,ଚିତ୍ରୋତ୍ପଳା ରେ ଜନାର୍ଦ୍ଦନପୁର କୁଳିଆ ସେତୁ,ବ୍ରାହ୍ମଣଖଣ୍ଡ ସାହୁକ୍ଷେତ ସେତୁ, ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ରେ ଉନ୍ନତି କରଣ, ଚିତ୍ରୋତ୍ପଳା ନଦୀବନ୍ଧ ଉନ୍ନତି କରଣ, ନୂଆ ବଜାର ତାରପୁର ରାସ୍ତା ଉନ୍ନତିକରଣ ଆଦି ପ୍ରକଳ୍ପ କାର୍ଯ୍ୟ ଅଦ୍ୟାବଧିଚାଲୁ ରହିଛି |କଟକ ସଦର ରବର୍ତମାନ ବିଧାୟକ କୌଣସି ନୂତନ ପ୍ରକଳ୍ପ ସ୍ଥାପନ ନକରି ନିଜ ନାମରେ ଡିଣ୍ଡିମ ପିଟିବା ତାଙ୍କ ପାଇଁ ଲଜ୍ଜା ଜନକ ଘଟଣା ବୋଲି ସାମ୍ୱାଦିକ ସମ୍ମିଳନୀ ରେକଟକ ସଦର ର ବରିଷ୍ଠ ବି ଜେ ଡି ନେତା ମାନେ ପ୍ରକାଶ କରିଥିଲେ |ଏଥିରେ ଜିଲ୍ଲା ପରିଷଦ ସଦସ୍ୟ ବିଳାସ ଚନ୍ଦ୍ର ଭୋଇ, ବିଜେଡି ନେତା ଅଚ୍ୟୁତାନନ୍ଦ ଦାସ, ବିଭୁତି ଭୂଷଣ ମହାନ୍ତି ପ୍ରମୁଖ ବହୁ ନେତା ବକ୍ତବ୍ୟ ରଖି ଥିଲେ |
