*ଗଁଦିଆ ସ୍ମୃତି ସଂସଦ ର ସ୍ମୃତି ଚାରଣ ସଭା* (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )
ଗଁଦିଆ ତା ୨୩.୧୧.୨୦୨୬
ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଗ୍ରାମ ର ଧର୍ମ ପରାୟଣ ମହିଳା ନନ୍ଦିନୀ ପୋଥାଳ ଙ୍କ ଏକାଦଶାହ ନଭେମ୍ବର ମାସ ତେଇଶ ତାରିଖ ପୂର୍ବାହ୍ନ ରେ ତାଙ୍କ ବାସଭବନ ଗଁଦିଆ ସ୍ମୃତି ସଂସଦ ସଭାପତି ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି (ପ୍ରକୃତି ବନ୍ଧୁ) ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ଆଧ୍ୟାତ୍ମିକ ବାତାବରଣ ଅନୁଷ୍ଠିତ ହୋଇଯାଇଅଛି। ଏହି ସ୍ମୃତି ଚାରଣ ସଭା ଗଁଦିଆ ସ୍ମୃତି ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ସଭାପତି ପ୍ରକୃତି ବନ୍ଧୁ ଶ୍ରୀ ସାହୁ, ଉପସଭାପତି ଡମ୍ବରୁଧର ସେଠୀ, ସଂଯୋଜକ ଦେବରାଜ ଓଝା , ବରିଷ୍ଠ ସଭ୍ୟ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁ, ସଭ୍ୟ କାମାକ୍ଷା ପ୍ରସାଦ ବିହାରୀ, ସ୍ବର୍ଗତ ପୋଥାଳ ଙ୍କ କନ୍ୟା, ପୁତୁରା, ଝିଆରୀ ସ୍ମୃତି ଚାରଣ କରିଥିଲେ।ସେ ଜଣେ ସ୍ନେ଼ହୀ ସରଳ ହୃଦୟ ର ଧର୍ମ ପରାୟଣ ମହିଳା ଥିଲେ ବୋଲି ବକ୍ତା ମାନେ ସ୍ମୃତି ଚାରଣ ରେ ପ୍ରକାଶ କରିଥିଲେ। ତାଙ୍କ ପୁତ୍ର ତଥା ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁ କମିଟି ର ସଭାପତି ହିମାଂଶୁ ଶେଖର ପୋଥାଳ (ଲିଟୁ) ଧନ୍ୟବାଦ ଅର୍ପଣ କରିଥିଲେ। ସହସ୍ରାଧିକ ଲୋକ କାର୍ଯ୍ୟକ୍ରମ କୁ ଦେଖିଥିଲେ।
