ସଦର ଥାନାରେ ଅଭିଯୁକ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ, ଥାର୍ଡ ଡିଗ୍ରୀ ପାଇଁ ଉଠିଲା ଅନେକ ପ୍ରଶ୍ନ
ରିପୋର୍ଟ୍ ଏକାଦଶୀ ବେହେରା
ଢ଼େଙ୍କାନାଳ :- ସଦର ଥାନା ପୋଲିସ ହାଜତରେ ଜଣେ ଅଭିଯୁକ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ। ଏହାକୁ ନେଇ ଢେ଼ଙ୍କାନାଳର ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ। ଥାନା ଭିତରେ ପୋଲିସର ଥାର୍ଡ ଡିଗ୍ରୀ ପାଇଁ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ ଏବଂ ଅଭିଯୋଗ ଉଠିଥିବା ବେଳେ ଘଟଣାର ପ୍ରକୃତ କାରଣକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ମୃତକ ହେଉଛନ୍ତି ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଜୁଆଙ୍ଗ ସାହିର ୩୪ ବର୍ଷୀୟ ଜିତେନ୍ଦ୍ର ପ୍ରଧାନ। ସୂଚନା ଅନୁଯାୟୀ, ଜିତୁ ଜଣେ ଶିଶୁକୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା। ଶିଶୁଟିକୁ ରାତିରେ ଉଦ୍ଧାର କରାଯାଇଥିଲା। ଏହାପରେ ଗ୍ରାମବାସୀ ଜିତେନ୍ଦ୍ରଙ୍କୁ ଧରି ନିର୍ଦ୍ଧୁମ ମାଡ଼ ମାରିଥିଲେ। ଏବଂ ସଦର ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ। କିନ୍ତୁ ଏହାର କିଛି ଘଣ୍ଟା ପରେ ଅର୍ଥାତ୍ ଅପରାହ୍ନ ୨ଟା ପରେ ପୋଲିସ ହାଜତରେ ଥିବା ଜିତୁଙ୍କ ଦେହ ବହୁତ୍ ଖରାପ୍ ଥିବାରୁ ପୋଲିସ୍ ଅଧିକାରୀ ମାନେ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏବଂ ଜିତେନ୍ଦ୍ର ମେଡ଼ିକାଲରେ ପାଖାପାଖି 1ଘଣ୍ଟା ଧରି ଚିକିତ୍ସିତ ହେଉଥିଲେ। କିନ୍ତୁ ଚିକିତ୍ସିତ ଅବସ୍ଥାରେ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଛି। ପୋଲିସ ହାଜତରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଏକ ଅତ୍ୟନ୍ତ ଗମ୍ଭୀର ଘଟଣା। ଏଥିସହ ନିୟମ ଅନୁଯାୟୀ ମାଜିଷ୍ଟ୍ରେଟ୍ଙ୍କ ତଦନ୍ତ ଓ ଭିଡିଓଗ୍ରାଫି ସହ ମୃତଦେହର ବ୍ୟବଚ୍ଛେଦ କରାଯାଇ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆଣିବା ଆବଶ୍ୟକ। ଶିଶୁ ଅପହରଣ ଅଭିଯୋଗରେ ଅଟକ ଥିବା ଜିତୁଙ୍କ ମୃତ୍ୟୁ ପରେ ଏବେ ସଦର ଥାନା ପୋଲିସର ଭୂମିକା ଉପରେ ସନ୍ଦେହର ବାଦଲ ଘନୀଭୂତ ହୋଇଛି। ଅଭିଯୁକ୍ତ ଯେକୌଣସି ଅପରାଧରେ ସମ୍ପୃକ୍ତ ଥିଲେ ମଧ୍ୟ ଆଇନ ଅନୁଯାୟୀ ତାଙ୍କ ଜୀବନ ଓ ସୁରକ୍ଷାର ଦାୟିତ୍ୱ ପୋଲିସର। ତେଣୁ ଜିତୁଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ହେଉଛି।
