ବାତ୍ୟା ଆକୁଅନ୍ ଛଡାଇନେଲା ଚାଷୀ ହସ।
ତା୨୨/୧୧/୨୦୨୬ରିଖ :ଭଦ୍ରକ ବ୍ଲକ କୋଡ଼ବରୁଆଁ ପଞ୍ଚାୟତ ଅଞ୍ଚଳରେ ବାତ୍ୟା ଆକୁଆନ୍ ର ପ୍ରଭାବରେ ଚାଷୀ ମାନେ ହନ୍ତସନ୍ତ ହେଇ ପଡ଼ିଛନ୍ତି। ଏକର ଏକର ପାଚିଲା ଧାନ ଚାଷଜମିରେ ବାତ୍ୟା ବର୍ଷାଜଳ ମଡିଯାଇଥିବାରୁ ଫସଲ ନଷ୍ଟ ହୋଇ ଯାଇଛି।ଅମଳ ସମୟରେ ଧାନ କିଆରୀରେ ପାଣିରେ ବୁଡି ରହିଥିବାରୁ ଚାଷୀଙ୍କମନରେ ଚିନ୍ତା ଓ ଦୁଃଖ ବଢିଯିବା ସହିତ ହତାଷ ହୋଇ କିପରି ଚାଷ ଆଣିଥିବା ଋଣ ଚୂକିବ ତା ମନବଳକୁ ଭାଙ୍ଗି ଦେଇଛି।ମାସ ମାସ ଧରି ପରିଶ୍ରମ କରି ଫସଲ ଉତ୍ପାଦନ କରିଥିବା ଚାଷୀ ଏବେ ପ୍ରକୃତିର ଦାଉରେ ଅସହାୟ ହୋଇପଡିଛନ୍ତି।ଚାଷୀଙ୍କ ପାଇଁ ଏହି କ୍ଷୟକ୍ଷତି ଆର୍ଥିକ ବୋଝ କୁ ଆହୁରି ଗଭୀର କରିଛି ତେଣୁ ପ୍ରଶାସନ କ୍ଷତିଗ୍ରସ୍ତ ଚାଷଜମିର ତୁରନ୍ତ ସର୍ଭେ କରି କ୍ଷୟକ୍ଷତି ଆକଳନ ସହ ଚାଷୀଙ୍କୁ ହୋଇଥିବା କ୍ଷୟକ୍ଷତି ର ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳର ଚାଷୀମାନେ ଦାବି କରୁଛନ୍ତି। ଭଦ୍ରଜ ରୁ ସୀତାକାନ୍ତ ବିଶ୍ୱକ ଙ୍କ ରିପୋର୍ଟ।
