ବାରିହାପୁରଠାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭା ଅନୁଷ୍ଠିତ
ପରଜଙ୍ଗ (ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ପରଜଙ୍ଗ ରେଞ୍ଜ ବାରିହା ପୁରଠାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଡିଭିଜନର ସମ୍ପାଦକ ସଞ୍ଜୟ ଚୌଧୁରୀଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟଆରମ୍ଭହୋଇଥିଲାସଭାରେ ସହ ସମ୍ପାଦକ ଶଙ୍କର୍ଷଣ ସାହୁ ଓ ଆକୁଳ ରେଞ୍ଜ ସମ୍ପାଦକ ପ୍ରହ୍ଲାଦ ପରିଡ଼ା ସଂଘର ଏକତା ଓ ଶକ୍ତି, ଶ୍ରମିକମାନଙ୍କ ନ୍ୟାୟସଙ୍ଗତ ଅଧିକାର,ଅତୀତରେ ମିଳିଥିବା ସୁବିଧାସୁଯୋଗ, ସଂଘର ଆର୍ଥିକ ସ୍ଥିତି ଏବଂ ବିଭାଗୀୟ ଅବହେଳା ସମ୍ପର୍କରେ ଆଲୋକପାତ କରିଥିଲେ।ସଭାରେ କେନ୍ଦୁପତ୍ର କର୍ମଚାରୀମାନେ ସେମାନଙ୍କର ବିଭିନ୍ନ ଦାବି ଓ ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଶେଷକରି ମୁନିସୀ ମାନଙ୍କର ଦୀର୍ଘ ଚାରି ମାସର ବକେୟା ଦରମା ତୁରନ୍ତ ପ୍ରଦାନ, ଫଡ଼ି ସାଥୀମାନଙ୍କୁ ଉପଯୁକ୍ତ ପାରିଶ୍ରମିକ, କର୍ମଚାରୀମାନଙ୍କର ବକେୟା ଟି.ଏ. ଓ ଡି.ଏ. (TA/DA) ଅର୍ଥ ପ୍ରଦାନ ସହିତ ଡିଏସ୍ଏସ୍ଙ୍କ ଉଚିତ ପ୍ରାପ୍ୟ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଦୀର୍ଘଦିନ ଧରି ଦାବି,ଦରମାବୃଦ୍ଧି,ପତ୍ର ଦର ବୁଦ୍ଧି ଓ ଅନ୍ୟାନ୍ୟ ପ୍ରାପ୍ୟ ଅର୍ଥ ମିଳୁନଥିବାରୁ କର୍ମଚାରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ କରି ବକେୟା ଅର୍ଥ ପ୍ରଦାନ ପାଇଁ ସେମାନେ ଦାବି ଜଣାଇଥିଲେ।
ଏହି ସଭାରେ ରେଞ୍ଜ ସମ୍ପାଦକ ରଞ୍ଜନ ନାୟକ, ହରିଶ୍ଚନ୍ଦ୍ର ବିଶ୍ୱାଳଙ୍କ ସମେତ ବହୁ ମୁନିସ, ଫଡ଼ି ସାଥୀ, ଚେକର , ସର୍କଲ ଚେକର ତୋଳାଳୀ ଉପସ୍ଥିତ ରହି ନିଜ ନିଜର ମତାମତରଖିଥିଲେକର୍ମଚାରୀ ମାନଙ୍କର ନ୍ୟାୟସଙ୍ଗତ ଦାବିଗୁଡ଼ିକୁ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସଭାରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି ସରକାରଙ୍କୁ ଅନୁରୋଧ ତୁରନ୍ତ କି ପଦକ୍ଷେପ ନେଇଛନ୍ତି ତାହା ଦେଖିବାକୁ ବାକି ରହିଲା
