ବଡ଼ସାହି (ଅଞ୍ଜନ କୁମାର ଦାସ) : ଏ ହେଉଛି ବଡ଼ସାହି ବ୍ଲକ ଅନ୍ତର୍ଗତ ଖଡିକାପଦା ଗ୍ରାମ ର ଦୃସ୍ଯ। ଯେଉଁ ଗ୍ରାମ ଦେଇ ପ୍ରବାହିତ ହଜିଯାଇଛି ଗଙ୍ଗାହାର ନଦୀ। ସେହି ନଦୀ ଉପରେ ବହୁ ର୍ବଷ ର୍ପୁବ ରୁ ଅଛି ଏକ ହୋମ ପାଇପ ପୋଲ। ଅଳ୍ପ ର୍ବଷା ରେ ବୁଡ଼ି ଯାଉଛି ସେହି ପୋଲ।ସେହି ପୋଲ ଉପରେ ଯାତାୟତ କରନ୍ତି ଅନେକ ଗ୍ରାମର ଗ୍ରାମବାସୀ ବୃନ୍ଦ। ଏହି ରାସ୍ତା ରେ ପ୍ରତ୍ୟେକଦିନ ହଜାର ହଜାର ଲୋକ ଏହି ରାସ୍ତା ଦେଇ ବାଲେଶ୍ଵର କୁଆମରା ପୁରୁଣା ବାରିପଦା ରେମୁଣା ଯାତାୟତ କରନ୍ତି। କିନ୍ତୁ ଅଳ୍ପ ର୍ବଷା ହେଲେ ଏହି ହୋମ ପାଇପ ପୋଲ ଟି ବୁଡି ଯାଉଥିବାରୁ ବହୁ ଅସୁବିଧାର ର ସମ୍ମୁଖୀନ ହେଉଛନ୍ତି ଯାତାୟତ କରୁଥିବା ଲୋକ। ପିଲା ମାନଙ୍କୁ କଲେଜ ଯିବାରେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ବଡ଼ସାହି ରୁ ବାଲେଶ୍ଵର ଓ ରେମୁଣା ଯିବାପାଇଁ ଏହା ବହୁ ପାଖ ରାସ୍ତା ହେଉଥିବାରୁ ଲୋକମାନେ ଏହି ରାସ୍ତା ଉପରେ ଅଧିକ ମାତ୍ରା ରେ ଯାତାୟତ କରନ୍ତି। ଦୟାକରି ଏହାର ଆବଶ୍ୟକତା ଓ ବାସ୍ତବତା ହୃଦୟ ର ସହିତ ଉପଲବ୍ଧ କରି ଖୁବ୍ ଶୀଘ୍ର ଉଚ୍ଚ ପୋଲ ନିର୍ମାଣ କରିବାକୁ ସମସ୍ତେ ଦାବି କରିଛନ୍ତି।
