ଯାଜପୁର /ବ୍ୟାସନଗର (ସରୋଜ କୁମାର ଧଳ) : ଉଦବୃତ୍ତ ଜଳର ପରିଚାଳନାରେ ବିଫଳତା ଓ ବିପର୍ଯ୍ୟସ୍ତ ଡ୍ରେନେଜ ପାଇଁ ବ୍ୟାସନଗର ସହରରେ ଅର୍ଦ୍ଧାଦିକ ୱାର୍ଡ ରେ ବର୍ଷା ଜଳ ସାଧାରଣ ଜୀବନଯାତ୍ରାକୁ ବେହାଲ କରୁଛି | ଅନେକ ଗୁଡିଏ ୱାର୍ଡରେ ଥିବା ତଳିଆ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ବିକଳ୍ପ ଵେବସ୍ତା ନଥିବାରୁ ଅନେକ ଦିନ ପର୍ଯ୍ୟନ୍ତ ରାସ୍ତାରେ ଆଣ୍ଠିଏ ଲେଖାଏଁ ପାଣି ଜମି ରହୁଛି | ବିଧାୟକ ଆକାଶ ଦାସ ନାୟକଙ୍କ ଘର ସଂଯୋଗ ଜଗନ୍ନାଥ ସେନେମା ହଲ ମାର୍ଗ ପୌର ଅଧକ୍ଷ ସୁବାସ ବଳ ଙ୍କ ଘର ଥିବା ଦିଗାସାହି, ବଙ୍ଗଳାସାହି, ଗାଏତ୍ରୀ ବିହାର, ଉମାପଦା, ଦଳା, ନହକା, କନେଇ ପୁର, ଓ ନୀଳାଦ୍ରି ବିହାର, ଅଞ୍ଚଳରେ ଅଳ୍ପ ବର୍ଷାରେ ମଧ୍ୟ୍ୟ ଦୀର୍ଘ ସମୟ ଧରି ପାଣି ଜମି ରହୁଥିବାରୁ ଲୋକ ମାନେ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉ ଛନ୍ତି | ଜାନ ବାହାନା ନେଇ ଯିବା ଆସିବା ଲୋକେ ମଧ୍ୟ୍ୟ ବହୁ କଷ୍ଟ ଅନୁଭବ କରୁ ଥିବାର ଦେଖିବାକୁ ମିଳୁଛି |
