ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ରେ ପ୍ରବଳ ବର୍ଷା, ବର୍ଷାରେ ଧୋଇ ନେଲା ନାଲା, ଯାତାୟତ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଅଛି। ସୁନାବେଡ଼ା ରୁ ଗାତିବେଡା ସଂଯୋଗ କରୁଥିବା କୋପଟାପିପଲ୍ ନାଳା କୁ ଧୋଇ ନେଇଛି। ଏହି ନାଳା ଧୋଇ ନେବା ଯୋଗୁଁ ଯାତାୟତ ବାଧା ପ୍ରାପ୍ତ ହେଉଅଛି। ଆଜି ମୁଖ୍ୟମନ୍ତ୍ରୀ ବସ ସେବା ମଧ୍ୟ ଯାତାୟତ ବନ୍ଦ ହୋଇଅଛି। ଏହି ନାଳା ଦୀର୍ଘ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା। ଅନେକ ସ୍ଥାନ ରେ ଗଛ ପଡ଼ିଥିବା ବେଳେ ଜାମଗାଁ ଘାଟି ଠାରେ ବିଶାଳ କାୟା ବୃକ୍ଷ ପଡ଼ିଅଛି। ଏହି ନାଳା ବର୍ଷା ରେ ବୋହି ଯିବା କାରଣ ରୁ ବହୁ ଗ୍ରାମକୁ ଯୋଗ ଯୋଗ ବିଚିର୍ଣ୍ଣ୍ ହୋଇଅଛି।
