*
**ଭଦ୍ରକ, ୨୭.୦୯.୨୦୨୬*
*ଭଦ୍ରକ ଜିଲ୍ଲା ବନ୍ୟା ସ୍ଥିତି ରିପୋର୍ଟ – ବନ୍ୟା ପ୍ରଭାବରୁ ୧.୮୪ ଲକ୍ଷ ଲୋକ ପ୍ରଭାବିତ*
ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଜାରି ରହିଛି। ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର *୦୬ଟି ବ୍ଲକ୍ (ଭଣ୍ଡାରୀପୋଖରୀ, ଧାମନଗର, ତିହିଡ଼ି, ବାସୁଦେବପୁର, ଭଦ୍ରକ, ବନ୍ତ) ଏବଂ ୦୨ଟି ପୌରାଞ୍ଚଳର ୭୪ଟି ପଞ୍ଚାୟତ, ୧୯ଟି ୱାର୍ଡ, ୧୯୧ଟି ଗାଁ* ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ମୋଟ *୧,୮୪,୨୬୦ ଜଣ* ପ୍ରଭାବିତ ହୋଇଥିବା ବେଳେ *୫୨,୮୫୧ ଜଣଙ୍କୁ ସ୍ଥାନାନ୍ତରିତ* କରାଯାଇଛି ଏବଂ ସମସ୍ତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।
*ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ:*
ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ *୬୬ଟି ମାଗଣା ରୋଷେଇ ଘର* ଖୋଲାଯାଇଛି। ଏଥି ସହିତ ୧୨୦୦ ବୋତଲ ପାନୀୟ ଜଳ, ୧୦,୦୦୦ ୱାଟର ପାଉଚ୍, ୧୩ଟି ୱାଟର ଟ୍ୟାଙ୍କର ନିୟୋଜିତ ହୋଇଛି। *୧୭୭୫ଟି ନଳକୂପ ପ୍ରଭାବିତ* ହୋଇଛି। ଆଜି ସୁଦ୍ଧା *୧୩୮.୩୨ କ୍ୱିଣ୍ଟାଲ ଚୁଡ଼ା (ସର୍ବମୋଟ ୨୫୬.୨୮ କ୍ୱିଣ୍ଟାଲ) ଓ ୧୫.୧୬ କ୍ୱିଣ୍ଟାଲ ଗୁଡ଼ (ସର୍ବମୋଟ ୪୨.୭ କ୍ୱିଣ୍ଟାଲ)* ବଣ୍ଟନ କରାଯାଇଛି।
*ପଶୁ ସମ୍ପଦ:*
*୧,୧୬,୮୩୮ ଗୃହପାଳିତ ପଶୁ (ବଡ଼-୮୧,୧୬୨, ଛୋଟ-୩୫,୬୭୬)* ପ୍ରଭାବିତ ହୋଇଛନ୍ତି। ୬୦୦ ପଶୁଙ୍କ ଟୀକାକରଣ ଓ ୩୨୨ ପଶୁଙ୍କ ଚିକିତ୍ସା କରାଯାଇଛି।
*ସ୍ୱାସ୍ଥ୍ୟ ଓ ପାନୀୟ ଜଳ:*
୧୮ଟି ମେଡିକାଲ ଟିମ୍ ଓ ୦୬ଟି ଭେଟେରିନାରୀ ଟିମ୍ ନିୟୋଜିତ ଅଛନ୍ତି। ୦୨ଟି ମୋବାଇଲ ୱାଟର ଟ୍ରିଟମେଣ୍ଟ ୟୁନିଟ୍ କାର୍ଯ୍ୟ କରୁଛି। ୧୯ ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। କୌଣସି ମହାମାରୀ ନାହିଁ।
*ଉଦ୍ଧାର:*
ଭଣ୍ଡାରୀପୋଖରୀ ବ୍ଲକରେ *୦୧ଟି ODRAF ଟିମ୍* ନିୟୋଜିତ ହୋଇଛି।
ଜିଲ୍ଲା ପ୍ରଶାସନ ବନ୍ୟା ପରିସ୍ଥିତି ଉପରେ ନଜର ରଖିଛି .
