ବଡ଼ସାହି (ଅଞ୍ଜନ କୁମାର ଦାସ) : ରାସ୍ତା ଅଛି କିନ୍ତୁ ହେଉନି ରକ୍ଷଣା ବେକ୍ଷଣ।ଖାଲଢିପ ପାଇ ଘଟୁଛି ଦୁର୍ଘଟଣା। ବଡ଼ସାହି ବ୍ଲକ ଅନ୍ତର୍ଗତ ମାଣତ୍ରି ପଞ୍ଚାୟତ ର ମୂଷାଗିଆ ଗ୍ରାମ ରାସ୍ତା ପାଲଟିଛି ମୃତ୍ୟୁ ର ଦୁଆର। ମାଟି ରାସ୍ତାରେ ଭାରିଯାନ ଚଳାଚଳ କରୁଥିବାରୁ ବର୍ଷା ଦିନ ରେ ଖାଲଢିପ ଯୋଗୁଁ ରାସ୍ତାରେ ଗାଡ଼ି ଚଳାଇବା ଏବେ ବଡ ସମସ୍ୟା ପାଲଟିଛି। ପ୍ରାୟ ସମସ୍ତ ଲୋକ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ବେଳେ କେଉଁ ଠି ମାଟି ଉଠିଗଲାଣି ତ କେଉଁ ଠି ରାସ୍ତାରେ ସୃଷ୍ଟି ହୋଇଛି ବିରାଟ ବିରାଟ ଖାଲ। ଏହି ରାସ୍ତା ଦେଇ ପ୍ରତିଦିନ ବଜାରକୁ ଯାଆନ୍ତି ଅନେକ ଲୋକ। ବାରମ୍ବାର ଦୁର୍ଘଟଣାର ଶୀକାର ମଧ୍ୟ ହଉଛନ୍ତି।ଅନେକ ଛାତ୍ରଛାତ୍ରୀ ମଧ୍ୟ ବିଦ୍ୟାଳୟ ଯାତାୟତ ସମୟରେ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି।ହେଲେ ରାସ୍ତା ମରାମତି ପାଇଁ ପ୍ରଶାସନ କି ନେତା କାହାରି ନିଘା ନାହିଁ। ରାସ୍ତା ଉପରକୁ ଗଛ ଲତା ମାଡ଼ି ଆସିବାରୁ ରାସ୍ତା ସଙ୍କୁଚିତ ହୋଇ ରହିଛି। ଯାହାଦ୍ବାରା କି ସାମ୍ନାରୁ ଆସୁଥିବା ଯାନବାହାନ ଦେଖା ନଯିବା ଦ୍ବାରା ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଲୋକଙ୍କର ମୁଲ୍ଯବାନ ଜିବନ ଚାଲିଯାଉଛି। ପ୍ରତିବର୍ଷ ରାସ୍ତା ରକ୍ଷଣା ବେକ୍ଷଣ କରିବା କଥା ହେଲେ ସରକାରଙ୍କ ତରଫରୁ ରକ୍ଷଣା ବେକ୍ଷଣ ବାବଦରେ ଆସୁଥିବା ଅର୍ଥର ସଠିକ୍ ବ୍ୟବହାର ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ
