ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସୋର ବ୍ଲକ ମାଣିତ୍ରୀ ପଞ୍ଚାୟତ ତରଫରୁ ବେଆଇନ ଭାବରେ ହେଉଥିବା ଅଳିଆ ଆବର୍ଜ୍ଜନା ଘର ନିର୍ମାଣ କାମ ବନ୍ଦ ପାଇଁ ଗ୍ରାମସଭାରେ ବିଡ଼ିଓ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ନିଷ୍ପତ୍ତି ନିଅଯାଇଛି। ପ୍ରଥମରୁ ଏହି ନିର୍ମାଣ କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରୁଥିଲେ, ଭୁଲ୍ ଜାଗାରେ କାମ ହେଉଛି ବୋଲି ପୂର୍ବରୁ ତହସିଲଦାର କହିଥିଲେ, ତା ପରେ କାମ ବନ୍ଦ୍ ହେଇଥିଲା କିନ୍ତୁ ପ୍ରଶାସନ ଦେଇଥିବା ନିର୍ଦ୍ଦେଶକୁ ବେଖାତିର କରି ସରପଞ୍ଚ ସେଠାରେ ନିଜ ସମର୍ଥକଙ୍କ ସହିତ ପୁଣି କାମ କଲେ ।ପରବର୍ତ୍ତୀ ଅବସ୍ଥାରେ ଜିଲା ପରିଷଦ ଅଫିସ୍ ସେହି ଜାଗାରେ ପୁନର୍ବାର କାମ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରପଞ୍ଚ ସେଇ ନିୟମକୁ ନ ମାନି କାମ କରିବାରୁ ଅନେକ ଗ୍ରାମବାସୀ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ପରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଉକ୍ତ ଜାଗାରୁ କାମ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ପଞ୍ଚାୟତ ଅଫିସରେ ସୋର ବିଡ଼ିଓ, ତହସିଲଦାର, ଏଇଇ, ଆର୍ଆଇ, ପିଇଓ, ସରପଞ୍ଚ , ଚାଷୀ, ମହିଳା ଓ ଗ୍ରାମବାସୀଙ୍କ ଉପସ୍ଥିତି ଏକ ବୈଠକରେ ସର୍ବ ସମ୍ମତ୍ତି କ୍ରମେ ଆବର୍ଜନା ଘରକୁ ଅନ୍ୟତ୍ର ବନ୍ଦ ପାଇଁ ନିଷ୍ପତ୍ତି ନିଆଇଥିଲା।
