ଯାଜପୁର /ବିଞ୍ଝାରପୁର (ସରୋଜ କୁମାର ଧଳ) : ବିଞ୍ଝାରପୁର ଠାରେ ବିଜେପି ସଙ୍ଘଠନ ଭୁସୁଡ଼ିଲା ପରି ଶୁଣାଯାଉ ଥିବାବେଳେ ବିଜେଡି ବାଜି ମାତ କରିଛି ଯାହା ଶୁଣିବାକୁ ମିଳୁଛି | ବିଞ୍ଝାରପୁର ଠାରେ ବିଜେପି କୁ ସମର୍ଥନ କରୁଥିବା ଲୋକେ ମୁହଁ ବୁଲେଇଲେଣି | ଶୁଣିବାକୁ ମିଳୁଛି ବିଞ୍ଝାରପୁର ଠାରେ ବିଜେପିକୁ ସମର୍ଥନ କରୁଥିବା ଜନସାଧାରଣ ମାନେ ମୌଳିକ ଶୁଭିଦାରୁ ବଞ୍ଚିତ ହେଲେଣି | ବିଞ୍ଝାରପୁର ବ୍ଲକ ଅଧିକାରୀ ଏବେ ଶାସକ ଦଳର ପ୍ରୀତି ଛାଡି|ବିରୋଧୀ ଙ୍କ କାନ୍ଧରେ କାନ୍ଧ ମିଶାଇ ଚାଲୁ ଥିବାର ଶୁଣିବାକୁ ମିଳୁଛି | ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ଚୟନ ରେ ପଞ୍ଚାୟତ ଗ୍ରାମ ସଭାରୁ ଆସିଥିବା ପ୍ରକଳ୍ପକୁ ସ୍ଥାନିତ ନକରି ମନ ଇଛା ପ୍ରକଳ୍ପ ଚୟନ କରି ବିଭାଗୀୟ ଅଧିକାରୀଙ୍କ ନାମରେ ଫାଇଲ ପ୍ରସ୍ତୁତ କରି ବିରୋଧୀ ଦଳ ବିଜେଡିର କର୍ମୀମାନଙ୍କ ଦ୍ୱାରା କାମ ଆରମ୍ଭ କରିଥିବା ଅଧିକାରୀ ମାନଙ୍କୁ ବିଡ଼ିଓଙ୍କ ସମ୍ମୁଖରେ ଉତ୍ତର ମାଗିବାକୁ ବିଜେପି ନେତ୍ରୀ ଶ୍ରୀମତୀ ବବିତା ମଲ୍ଲିକ ଙ୍କ ନେତୃତ୍ୱରେ ବହୁ କର୍ମକର୍ତ୍ତା ଏକତ୍ରିତ ହୋଇଥିଲେ | ଏହି ସମୟରେ ବିଜେଡି ର କିଛି ଖଳ ପ୍ରବୁର୍ତି ର ଲୋକେ ଆସି ଗୁଣ୍ଡା ଗର୍ଦି କରିବାକୁ ଲାଗିଥିଲେ ଓ ଏହା ମଧ୍ୟ୍ୟ କହିଥିଲେ “ଆମର ଚେୟାରମେନ ଓ ଆମର ମନ୍ତ୍ରୀ ଆମେ ଯାହା ଇଚ୍ଛା ତାହା କରିବୁ” । ବ୍ଲକ୍ ଅଧିକାରୀ ଙ୍କ ସମ୍ମୁଖରେ ଏ ପରି କାର୍ଯ୍ୟ ବିଧି ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।
