
ଧସୁଛି ବୈତରଣି ନାଦୀର ପଥର ପ୍ୟାକିଙ୍ଗ, ଆତଙ୍କିତ ଅଂଚଳବାସୀ
ଦଶରଥପୁର,
ବୈତରଣି ନଦୀର ଦଶରଥପୁର ବ୍ଲକ୍ କାୟାଁ ପାଞ୍ଚାୟତ ଗୁଣ୍ଠୁଣିପଡା ଗ୍ରାମ ପ୍ରାଥମିକ ବିଦ୍ୟାଳୟ ପାଖରେ ଖସୁଛି ପଥର ପ୍ୟାକିଙ୍ଗ । ର୍ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାବେଳେ ଖସିଗଲାଣି ପଥର । ଏଣୁ ନଦୀ ବନ୍ଧ ଦୁର୍ବାଳ ହେଉଥିବାରୁ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ନଦୀରେ ବନ୍ୟା ଜଳସ୍ତର ବଢୁଥିବାରୁ କେତେବେଳେ କଣ ଅଘଟଣ ଘଟିବ ତାହା କାହିବା ସମ୍ଭବ ନୁହେଁ । କାରନ ଦଶରଥପୁର ବ୍ଲକରେ ଯେତେ ସ୍ଥାନରେ ନଦୀ ବନ୍ଧ ମରାମତୀ କିମ୍ବା ନିର୍ମାଣ ହୋଇଛି କେଉଁଠି ନା କେଉଁଠି ଭାଙ୍ଗିଥିବ, ଧସିଥିବ । ସୂଚନାଅନୁସାରେ ଜଳସମ୍ପଦ ବିଭାଗ ପକ୍ଷରୁ ଏହି କାର୍ଯ୍ୟଟିକୁ ନିହାର ମାନ୍ଧାତାଙ୍କୁ ଦାୟୀତ୍ୱ ଦିଆଯାଇଥିଲା । କାର୍ଯ୍ୟ ନିମ୍ନମାନର ହେବାରୁ କାର୍ଯ୍ୟ ଶେଷ ହୋଇନାହିଁ ପଥର ଧସିବା ଆରମ୍ଭ ହେଲାଣି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏହା ଛଡା ବାଳରାମପୁର ଗୁଣ୍ଡୁଣିପଡା ମଧ୍ୟରେ ପ୍ରାୟ ୩୦ ଫୁଟରୁ ଅଧିକ ହେବ କଣ୍ଡିଆ ଧସି ଆସିଛି । ଏଥିପ୍ରତି ଜଳସମ୍ପଦ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହୋଇଛି ।