
ସୋର ରେ ଯୈତୁକ ଜନିତ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଙ୍କ ମୃତ୍ୟୁ। ମାଆ ଛେଉଣ୍ଡ ହେଲା ୩ବର୍ଷିୟା ନାବାଳିକା।
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ବେଳେ ବେଳେ ଜଣେ ସ୍ୱ ଇଚ୍ଛାରେ ଆତ୍ମ ହତ୍ୟା କରେ ନ ହେଲେ ପରିସ୍ଥିତି ବାଧ୍ୟ ବାଧ୍ୟକତା କିମ୍ବା ଧର୍ଯ୍ୟର ସୀମା ଲଙ୍ଘି ଜଣେ ନିଜ ଜୀବନକୁ ହାରି ଦେଇଥାଏ । ଏ କଥା କୌଣସି କାହାଣୀ କିମ୍ବା ଗପ ନୁହଁ ସତ ଘଟଣାଟି ଘଟିଛି ସୋର ଥାନା ନଟାପଡ଼ା ଗ୍ରାମରେ। ଅଧିକ ଯୌତୁକ ଦାବିରେ
ପାରିବାରିକ କଳହରୁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପା ଝିଅକୁ ମାରିଦେଇଥିବା ନେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଗତ ୨୦୨୦ ମସିହାରେ ସୋର ଥାନା ନଟାପଡା ଗ୍ରାମର ବସନ୍ତ ସେଣଙ୍କ ସହ ଭଦ୍ରକ ଜିଲା ଧାମନଗର ଥାନା ଚୁଡାକୁଟି ବିଦ୍ୟାଧରପୁର ଗ୍ରାମର ଗୌରାଙ୍ଗ ଦାସଙ୍କ ଝିଅ ରୁନୁରାଣୀ ଦାସଙ୍କର ବଡ଼ଖୁରୀ ସ୍ଥିତ କ୍ଷେମେଶ୍ୱର ମନ୍ଦରରେ ବିବାହ ହୋଇଥିଲା। ବିଭିନ୍ନ ସମୟରେ ଅଧିକ ଯୌତୁକ ଦାବିରେ ପାରିବାରିକ ଅଶାନ୍ତି ଦେଖାଦେଉଥିଲା। ଯାହକୁ ନେଇ ଗତ ୨୨ ତାରିଖରେ ରୁନୁରାଣୀ ଶୋଇବା ଘର ଫ୍ୟାନରେ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାରେ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସୋର ଓ ପରେ ବାଲେଶ୍ୱର ଜ୍ୟୋତି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ସ୍ଥାନୀୟ ପୋଲିସ ତାଙ୍କ ସ୍ୱାମୀ ବସନ୍ତକୁ ଅଟକ ରଖିବା ସହିତ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରଛି। ପ୍ରକାଶ ଥାଉକି ରୁନୁଙ୍କର ୩ ବର୍ଷର ଝିଅଟିଏ ଥିବା ବେଳେ ତାଙ୍କ ବାପା ଗୌରାଙ୍ଗ ଝିଅକୁ ଶାଶୂ ଘର ଲୋକେ ହତ୍ୟା କରିଥିବାର ନେଇ ସୋର ଥାନା ରେ ଅଭିଯୋଗ କରିଛନ୍ତି।ବର୍ତ୍ତମାନ ଝିଅଟି ମାକୁ ନ ପାଇ ମା ଛେଉଣ୍ଡ ହୋଇଯିବା ସ୍ଥାନୀୟ ଅଞ୍ଚଳରେ ଏପରି ଏକ ହୃଦୟ ବିଦାରକ ଘଟଣାରେ ସମସ୍ତେ ମ୍ରିୟମାଣ ହୋଇପଡିଛନ୍ତି।