ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ବାହାନଗା ବ୍ଲକ ବାହାନଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର +୨ ପ୍ରଥମ ବର୍ଷର ବିଜ୍ଞାନ ଓ କଳା ବିଭାଗ ର ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଦ୍ୱିତୀୟ ବର୍ଷ ର ଛାତ୍ରଛାତ୍ରୀ ମାନେ ଫୁଲ ଚନ୍ଦନ ଦେଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ। ଉକ୍ତ ସଭାରେ ସଭାପତି ତଥା ଅନୁଷ୍ଠାନ ର ଅଧ୍ୟକ୍ଷ ଲକ୍ଷ୍ମଣ ପଣ୍ଡା ମହୋଦୟ ବିଦ୍ୟାଳୟ ର ବିଭିନ୍ନ ବିଭାଗ ବିଷୟବସ୍ତୁ ଉପରେ ଆଲୋଚନା ସହିତ ବିଦ୍ୟାଳୟ ର ନୀତିନିୟମ ବିଷୟରେ ଆଲୋଚନା କରିଥିଲେ। ଏଥିସହିତ ଏହି ସଭାରେ ଗଜେନ୍ଦ୍ର ପ୍ରସାଦ ନାୟକ, ସଂଧ୍ୟାରାଣୀ ମହାପାତ୍ର, ହେମନ୍ତ ସ, ଇତିଶ୍ରୀ ସମିତା ବେହେରା, ଦିନବନ୍ଧୁ ଦାସ, ପ୍ରମିଳା ମଲ୍ଲିକ, ସୁରେନ୍ଦ୍ର ବାରିକ ତଥା ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ। ଏହି ସଭାକୁ ବିଜ୍ଞାନ ବିଭାଗର ରସାୟନ ବିଜ୍ଞାନର ଡେମନଷ୍ଟ୍ରଟର ତାପସ କୁମାର ପାତ୍ର ପରିଚାଳନା କରିଥିଲେ। ସର୍ବଶେଷରେ ଓଡ଼ିଆ ବିଭାଗର ଅଧ୍ୟାପିକା ସଂଧ୍ୟାରାଣୀ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।