*କୋଟପାଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୦ମ ମିଲେଟ୍ସ ଦିବସ ପାଳିତ*
*କୋଟପାଡ, ୧୦/୧୧/୨୬ -* ଆଜି କୋଟପାଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୧୦ମ ମିଲେଟ୍ସ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ମାଣ୍ଡିଆ ରୁ ପ୍ରସ୍ତୁତ ବିଭିନ୍ନ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।
ବିଦ୍ୟାଳୟର ଛାତ୍ରୀମାନେ ନିଜ ହାତରେ ମାଣ୍ଡିଆରୁ ଲଡୁ, କେକ୍, ସୁପ୍, ଲସି, ଚକୁଳି ଆଦି ସୁସ୍ୱାଦୁ ଓ ପୁଷ୍ଟିକର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ପରେ ସମସ୍ତ ଛାତ୍ରୀଙ୍କୁ ମାଣ୍ଡିଆ ସୁପ୍ ବଣ୍ଟନ କରାଯାଇଥିଲା। ମାଣ୍ଡିଆ ଖାଦ୍ୟ ଯେ କେତେ ସ୍ୱାସ୍ଥ୍ୟପ୍ରଦ ଓ ଆମ ପରମ୍ପରାର ଏକ ଅଂଶ ତାହା ଛାତ୍ରୀମାନଙ୍କୁ ବୁଝାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦମୟନ୍ତୀ ସାହୁଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଶିକ୍ଷକ ରତିକାନ୍ତ ମହାନ୍ତି, ଅଜୟ ପଧାନ, ମହିମା ସାର୍, ଆକାଶ ବିଭାର, ବିଶ୍ୱା ଦାସ, ଶୁଭାଶିଷ ପଣ୍ଡା, ଶସ୍ମିତା ରଣଧାରୀ, ସାଇତା ଗୋଲାରୀ, ପ୍ରିୟଦର୍ଶିନୀ ମଣ୍ଡଳ, ବନିତା ମହାନ୍ତି, ରୂପସୀ ମହାନ୍ତି ଏବଂ ପି.ଇ.ଟି ଶିକ୍ଷୟିତ୍ରୀ ପ୍ରଭାସିନୀ ଲିମାଲ ପ୍ରମୁଖ ସହଯୋଗ କରିଥିଲେ।
ଶେଷରେ ମିଲେଟ୍ସ ବା ମାଣ୍ଡିଆ ଜାତୀୟ ଖାଦ୍ୟକୁ ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ପାଇଁ ଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।
