ସ୍ଲଗ-ବୃଦ୍ଧ ଙ୍କୁ ପଥର ଛେଚି ହତ୍ୟା ଅଭିଯୋଗ l
ଗଜପତି (ଟିକି ଲିମା)
ପଥର ରେ ଛେଚି ହତ୍ୟା କରିଥିବା ଅଭିଯୋଗ। ଗାଁ ନିକଟ ଏକ ଗଛ ମୂଳରେ ପଡିଛି ଶବ, ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି. ଏହି ଭଳି ଘଟଣା ହେଉଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଢ଼େକାସିଂଧବା ଗାଁ ର। ସୂଚନା ମୁତାବକ ଢ଼େକାସିଂଧବା ଗାଁ ର ବଳରାମ ଫେତସିଂ ପ୍ରତିଦିନ ଭଳି ଗାଁର ଏକ ସୁଧଭୋଜି ସାରି ସନ୍ଧ୍ୟା ବେଳେ ଗାଁ ନିକଟ ମଦ ଭାଟି କୁ ଯାଇଥିଲେ, ହେଲେ ସେ ମଦ ଭାଟିରୁ ରାତିରେ ଆଉ ଫେରିନଥିଲେ। ହେଲେ ବଳରାମ ଙ୍କ ଝିଅ ସଂଜୁ ବାପା ଆଉ ରାତିରେ ଫେରିନଥିବା ଦେଖି ଦାଦା ଙ୍କୁ ବାପା ଙ୍କୁ ଖୋଜିବାକୁ କହିଥିଲେ, ଦାଦା ତ୍ରିନାଥ ଆସି ମଦ ଭାଟି ଆଡେ ଖୋଜାଖୋଜି କରିବା ପରେ ଗାଁ ନିକଟ ଏକ ମହୁଲ ଗଛ ନିକଟରେ ବଡଭାଇ ବଳରାମ ର ମୃତ ଦେହ ପଡ଼ିଥିବା ଦେଖିବା କୁ ପାଇଥିଲେ। ଘଟଣା ସମ୍ପର୍କ ରେ ପୋଲିସ କୁ ସୂଚନା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
