କଳିଙ୍ଗ ଭାରତୀ ଫାଉଣ୍ଡେସନ ଦିବ୍ୟାଙ୍ଗଙ୍କ ସହ ଦୀପାବଳି ପାଳନ କରି ଦେଲେ ସେବାର ବାର୍ତ୍ତା
ସାଲେପୁର ଆଲୋକର ପର୍ବ ଦୀପାବଳିକୁ ନିଆରା ଢଙ୍ଗରେ ପାଳନ କରିଛି କଳିଙ୍ଗ ଭାରତୀ ଫାଉଣ୍ଡେସନ।କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀର ଉମରଠାରେ ଫାଉଣ୍ଡେସନର ନୂତନ ଶାଖା କାର୍ଯ୍ୟାଳୟ ଉଦ୍ଘାଟନ ସହ ଦିବ୍ୟାଙ୍ଗମାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ଦିବ୍ୟାଙ୍ଗମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆଗାମୀ ଦିନରେ yଅଞ୍ଚଳରେ ସେବା କାର୍ଯ୍ୟକୁ ବ୍ୟାପକ କରିବାକୁ ସଂଗଠନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
ଦେଶର ୨୫ଟି ରାଜ୍ୟରେ ସାମାଜିକ ସେବା କାର୍ଯ୍ୟ ଜାରି ରଖିଥିବା କଳିଙ୍ଗ ଭାରତୀ ଫାଉଣ୍ଡେସନ ପକ୍ଷରୁ ମାହାଙ୍ଗାର ଉମରଠାରେ ନୂତନ ଶାଖା କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ |
ଶାଖାର ମୁଖ୍ୟ ଇଞ୍ଜିନିୟର ଅକ୍ଷୟ କୁମାର ସାମଲଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ଦିବ୍ୟାଙ୍ଗ ଭାଇମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କ ସହ ଖୁସି ବାଣ୍ଟିଥିଲେ ସଂଗଠନର ସଦସ୍ୟମାନେ।
କେବଳ ଉତ୍ସବ ପାଳନ ନୁହେଁ, ବରଂ ସମାଜର ଅବହେଳିତ ଓ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇବା ହେଉଛି ସଂଗଠନର ମୁଖ୍ୟ ଲକ୍ଷ୍ୟ। ଆଗାମୀ ଦିନରେ ମାହାଙ୍ଗା ଅଞ୍ଚଳରେ ବିଭିନ୍ନ ସେବାମୂଳକ କାର୍ଯ୍ୟ କରିବା ସହ ଅସହାୟ ଲୋକଙ୍କୁ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି ଫାଉଣ୍ଡେସନ।
