ସରକାରୀ ବାସଭବନରୁ ନବବଧୂଙ୍କ ସନ୍ଦେହଜନକ ମୃତଦେହ ଠାବବିବାହର ମାତ୍ର ୩ ମାସରେ ଅଘଟଣ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ।
କନ୍ଧମାଳ ଜିଲ୍ଲା:୧୦/୧୧/୨୬ (ନି.ପ୍ର)ଗିରିଧାରୀ ମହାରଣା କୋଟଗଡ଼ ତହସିଲ ଅଧୀନସ୍ଥ ସରକାରୀ ବାସଭବନରୁ ଜଣେ ନବବଧୂଙ୍କ ସନ୍ଦେହଜନକ ଝୁଲନ୍ତା ମୃତଦେହ ଠାବ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ନର୍ଲା ଗ୍ରାମର ଗୀତା କୁନ୍ତି ସାହୁ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ମାତ୍ର ତିନି ମାସ ତଳେ ଗୀତାଙ୍କ ବିବାହ ଦିଲୀପ ସାହୁଙ୍କ ସହ ହୋଇଥିଲା। ଦିଲୀପ କୋଟଗଡ଼ ଡାକ୍ତରଖାନାରେ ଆମ୍ବୁଲାନ୍ସ ଚାଳକ ଭାବେ କାର୍ଯ୍ୟରତ ଅଛନ୍ତି। ଅନ୍ୟପଟେ ଶଶୁରଙ୍କ ଶୁଦ୍ଧିକ୍ରିୟା ପାଇଁ ଘରେ ଟେଣ୍ଟ ବନ୍ଧା ସହ ଭୋଜିର ଆୟୋଜନ ଚାଲିଥିବା ବେଳେ ସନ୍ଧ୍ୟା ପ୍ରାୟ ୫ଟାରେ ନବବଧୂଙ୍କ ମୃତ୍ୟୁ ଖବର ପ୍ରଚାରିତ ହୋଇଥିଲା।
ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣି କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏନେଇ ପୋଲିସ କେସ୍ ନଂ ୨୦୭/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର ଓ ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ତେବେ ନବବଧୂଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ତାହା ପୋଲିସ ତଦନ୍ତ ଓ ଆଇନଗତ ପ୍ରକ୍ରିୟା ପରେ ସ୍ପଷ୍ଟ ହେବ। ଘଟଣାକୁ ନେଇ ଅଞ୍ଚଳରେ ନାନା ପ୍ରଶ୍ନ ଉଠିଥିବା ବେଳେ ସମସ୍ତଙ୍କ ନଜର ଏବେ ପୋଲିସ ତଦନ୍ତ ଉପରେ ରହିଛି।
