ରଘୁନାଥପୁର ବ୍ଲକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା l ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରେଇ, ସମ୍ମାନିତ ଅତିଥି ଭାବେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ଜିଲ୍ଲା ମସ୍ଚ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ, ଜିଲ୍ଲା ଅତିରିକ୍ତ ପଶୁ ଚିକିତ୍ସା ଅଧିକାରୀ ଡ଼ଃ ଯଦୁନାଥ ପରିଡା ପ୍ରମୁଖ ଯୋଗଦେଇ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଜନ କଲ୍ୟାଣ ଯୋଜନା ରେ ସାମିଲ ହୋଇ ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ l ରଘୁନାଥପୁର ବିଡିଓ ପ୍ରିତିଶ ଭୋଳ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସରକାରୀ କାର୍ଯ୍ୟକ୍ରମ ରେ ବ୍ଲକ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଈପସିତା ନନ୍ଦ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ରଘୁନାଥପୁର ବ୍ଲକ ର ସମସ୍ତ କର୍ମଚାରୀମାନେ ଏଥିରେ ସାମିଲ ଥିବା ବେଳେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଚିନ୍ମୟ କୁମାର ସାହୁ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରତିଥି ପ୍ରିୟଦର୍ଶି ଓ ଅନ୍ୟ ସମସ୍ତ ଏଲ. ଆଇ ମାନେ ବାହାରେ ବୁଲୁଥିବାର ଦୃଶ୍ୟ ଏକ ରୋଚକ ମୋଡ ନେଇଥିଲା l ଏପରିକି ରଘୁନାଥପୁର ବ୍ଲକ ଅଧକ୍ଷା, ଉପାଧ୍ୟକ୍ଷ, ବହୁ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ଦେଖିବାକୁ ମିଳିନଥିଲା l ଏହି ସରକାରୀ କାର୍ଯ୍ୟକ୍ରମ ଟି ଫିକା ପଡ଼ିଗଲା ପରି ଲାଗୁଥିଲା l ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ୧୦ଟି ଷ୍ଟଲ ଖୋଲାଯାଇଥିବା ବେଳେ ଚାଷୀ ଙ୍କ ସଂଖ୍ୟା କମ ଥିବାରୁ ଏହା ଫଳପ୍ରଦ ହୋଇପାରିନଥିଲା l
