ବିଳମ୍ବିତ ରାତିରେ ସଇତପୁର ପଞ୍ଚାୟତ ଅଫିସରୁ ଚୋରୀ, ବୈଶିଙ୍ଗା ଥାନାରେ ଏତଲା।
ବେତନଟୀ, ୪/୧୧ : ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନରେ ଥିବା ସଇତପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଚୋରୀ ହୋଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ସଇତପୁର ପଞ୍ଚାୟତ କାର୍ଯ୍ୟାଳୟ ର ତାଲା ଭାଙ୍ଗି ଭିତରେ ପଶି, କମ୍ପ୍ୟୁଟର,ଲାପଟପ, ଏଲଇଡ଼ି,ପ୍ରିଣ୍ଟର,ବ୍ୟାଟେରୀ, ଇନ-ଭାଇଟର, ନଗଦ ଟଙ୍କା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ କର୍ମଚାରୀ ମାନେ ଅଫିସ ଖୋଲିବା ବେଳେ ତାଲା ଭଙ୍ଗା ଏବଂ ଜିନିଷ ବିଛାଡ଼ି ହୋଇ ପଡ଼ିଥିବା ଦେଖି ସଇତପୁର ସରପଞ୍ଚ ବୈଶିଙ୍ଗା ଥାନାରେ ଲିଖିତ ଏତଲା ଦେଇଛନ୍ତି। ଗୋଟିଏ ରାତିରେ ସରକାରୀ ଅଫିସରୁ ଚୋରୀ ହେବା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଚୋର ଗ୍ୟାଙ୍ଗ ଲୋକାଲ ଅଞ୍ଚଳ ର ବୋଲି ପୋଲିସ ସନ୍ଦେହ କରୁଛି।
