ବେତନଟୀ ବ୍ଲକସ୍ତରୀୟ ‘ସୁରଭି’ ଶିଶୁ ମହୋତ୍ସବ ଅନୁଷ୍ଠିତ।
ବେତନଟୀ : ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରସ୍ଫୁଟନ ତଥା ସେମାନଙ୍କ ଅନ୍ତର୍ନିହିତ କଳା ଓ ସାଂସ୍କୃତିକ ଦକ୍ଷତାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ବୁଧବାର ବେତନଟୀ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ ‘ସୁରଭି’ ଶିଶୁ ମହୋତ୍ସବ ସଠିଲୋ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ମହୋତ୍ସବରେ ବେତନଟୀ ବ୍ଲକର ୧୭ ଟି କ୍ଲଷ୍ଟରରୁ ୫୪୬ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ୩୧ଟି ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସଙ୍ଗୀତ, ଚିତ୍ରାଙ୍କନ, ବକ୍ତୃତା, ଏଲୋକ୍ୟୁସନ୍, ଆର୍ଟ ଓ କ୍ରାଫ୍ଟ, ସୃଜନଶୀଳ ଲେଖନୀ, କୁଇଜ୍, ଓଡ଼ିଆ ହସ୍ତଲିଖନ, ନୃତ୍ୟ ଆଦି ବିଭିନ୍ନ ବିଷୟରେ ପ୍ରତିଯୋଗୀମାନେ ଉତ୍ସାହର ସହ ଭାଗ ନେଇଥିଲେ।କାର୍ଯ୍ୟକ୍ରମକୁ ବେତନଟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିପ୍ଳବ କୁମାର କର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ୩୫ ନଂ ଜିଲ୍ଲାପରିଷଦ ବିଶ୍ୱନାଥ ହେମ୍ବ୍ରମ,ସମ୍ମାନିତ ଅତିଥି ଭାବେ ଏବିଓ ଅପର୍ଣ୍ଣା ସାହୁ,ସୁଧାଂଶୁ ଶେଖର ସେଠୀ ମଞ୍ଚରେ ମଞ୍ଚସିନ ଥିଲେ। ଏମାନଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ରହି ଶିଶୁ ମହୋତ୍ସବର ଗୁରୁତ୍ୱ ଓ ଶିକ୍ଷା କ୍ଷେତ୍ରରେ ଏଭଳି ପ୍ରତିଯୋଗିତାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଆସିଥିବା ଛାତ୍ରୀଛାତ୍ର ମାନେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ କୁରାଢ଼ିକ କ୍ଲଷ୍ଟର ର ଅଁଳା ହାଇସ୍କୁଲ ପ୍ରଥମ, ଦ୍ୱତୀୟ ପ୍ରତିମାଦେଇ ପୁର କ୍ଲଷ୍ଟର ଖଣ୍ଡଦେଉଳା ସରକାରୀ ଉପ୍ରା ବିଦ୍ୟାଳୟ, ତୃତୀୟ ବୈଶିଙ୍ଗା କ୍ଲଷ୍ଟର ର ଚୁଆପଦା ଉପ୍ରା ବିଦ୍ୟାଳୟ କୃତିତ୍ୱ ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସିଆରସିସି ସଞ୍ଜୟ ପଣ୍ଡିତ, ଅଚ୍ୟୁତାନନ୍ଦ ଦାଶ, ସନ୍ତୋଷ ବେହେରା,ବୈରାଗୀ ମହାନ୍ତ, କାନ୍ଦୁରା ମାଝି ଙ୍କ ସହିତ ୨୨୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ତୁଲାଇ ଥିଲେ।
