ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ପ୍ରକୋଷ୍ଠ ଛା ଡି ପଳାଇଲେ ପ୍ରଧାନ ଶିକ୍ଷୟତ୍ରୀ
ଦଶମ ଶ୍ରେଣୀ ଛାତ୍ରୀ ହେଲେ କୁମାରୀ ରୁ ମାରୂତ୍ୱା
ବେତନଟି ୪/୧୧(ନି ପ୍ର)
ବେତନଟି ବ୍ଲକ ଅଞ୍ଚଳ ର ଏକ ବିଦ୍ୟାଳୟ ର ଜଣେ ଦଶମ ଶ୍ରେଣୀ ଛାତ୍ରୀ ବୁଧବାର ଦିନ କୁମାରୀ ରୁ ମାତୃତ୍ଵ ଲାଭ କରିଥିବା ର ଜଣାପଡିଛି ।ସେହି ଘଟଣା କୁ ନେଇ ବେତନଟି ବ୍ଲକ ଅଞ୍ଚଳ ର ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ର ଅଧିକାରୀ ମାନଙ୍କ ସହିତ ଗଣମାଧ୍ୟମ ଙ୍କ ତରଫରୁ ଯୋଗାଯୋଗ କରିଥିଲେ ମଧ୍ୟ ତଥ୍ୟ ଦେବା ପାଇଁ ସହଯୋଗ କରୁନାହାନ୍ତି ।ସେହି ଛାତ୍ରୀ ବିଦ୍ୟାଳୟ ରେ ପଢୁଥିବା ସମୟରେ ସାତ ମାସର ଗର୍ଭବତୀ ଥିବାବେଳେ ତାଙ୍କ ଦେହ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ବାରିପଦା ସ୍ତିଥ ପି ଅର୍ ଅମ୍ ମେଡିକାଲ୍ କଲେଜକୁ ଚିକିତ୍ସା ପାଇଁ ପଠା ଯାଇଥିଲା ସେଠାରେ ସେହି ଛାତ୍ରୀ ଙ୍କର ଏକ ଶିଶୁପୁତ୍ର ଜନ୍ମ ହେଇଥିବାର ଜଣାପଡିଛି।ସେହି ଘଟଣା କୁ ଚପାଇ ଦେବା ପାଇଁ ବିଦ୍ୟାଳୟ ପକ୍ଷରୁ ଉଦ୍ୟମ ହେଉଥିବା ବେଳେ ଘଟଣା ସମ୍ପର୍କରେ ଜାଣିବାପାଇଁ ବୁଧବାର ଦିନ ବେତନଟି ବ୍ଲକ ର ମିଡିଆ ଆସୋସିଏସନ୍ ର ପ୍ରତିନିଧି ମାନେ ବିଦ୍ୟାଳୟ କୁ ଯାଇ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ସାକ୍ଷାତ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ସେହି ପ୍ରତିନିଧି ମାନଙ୍କୁ ଉତ୍ତର ନଦେଇ ଟିକିଏ ପରେ କହିବି କହି ନିଜ ପ୍ରଧାନ ଶିକ୍ଷୟତ୍ରୀ ଙ୍କପ୍ରକୋଷ୍ଠ ରୁ ବହାରିଯାଇ ହଷ୍ଟେଲ ପଟକୁ ପାଲେଇଥିଲେ।ସେହି ପ୍ରତିନିଧି ମାନେ ପାଖାପାଖି ଏକଘଣ୍ଟ। ଅପେକ୍ଷା କଲା ପରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ନମ୍ବର ସଂଗ୍ରହ କରି ତାଙ୍କୁ ଫୋନ କରିଥିଲେ ସେ କିଛି ଉତ୍ତର ନଦେଇ ମୋବାଇଲ କୁ ସ୍ୱିଚ୍ ଅଫ କରି ସାକ୍ଷାତ ଦେଇନଥିଲେ ।
