ନିଲାମରେ ନେଇଥିବା ବାଲି ଚାଲାଣକୁ ବିରୋଧ କରି ଗ୍ରାମବାସୀଙ୍କ ଗଣ୍ଡଗୋଳ
______________
ସାରସକଣା,(୩.୧୧.୨୬)(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ଥାନା ଅଧୀନ ପାଣ୍ଡରା ଗ୍ରାମ ଗତ ରାତିରେ ରାଜ୍ୟ ସରକାରଙ୍କ ନିଲାମ ବାଲି ଉଠାଣକୁ ନେଇ ଗଣ୍ଡଗୋଳ,ମାରପିଟ୍, ଗାଡ଼ି ଭଙ୍ଗାରୁଜା ସହିତ ବାଲି ନିଲାମ ଧରି ଥିବା ମାଲିକଙ୍କୁ ହତ୍ୟା ଧମକ । ମିଳିଥିବା ସୂଚନା ଅନୁଯାୟୀ, ଝାରପୋଖରିଆ ଅଞ୍ଚଳର ଉତ୍ତମ କୁମାର ଦଣ୍ଡପାଟ ଗତ (୪.୮.୨୦୨୬) ତାରିଖ(ମେମ ନମ୍ବର ୨୩୭୦), ପ୍ଲଟ ନମ୍ବର-୧୮,ଖାତା ନମ୍ବର-୧୬,ତହସିଲ- ସାରସକଣା, ମୋଟ -୩,୮୯,୭୩୦ ଟଙ୍କା ରେ ନିଲାମ ବାଲି କୁ ନେଇଥିଲେ । ତା.୨.୧୧.୨୦୨୬ ଦିନ ରାତ୍ରୀ ୯.୩୦ ମି.ରେ ପାଣ୍ଡରା(କୁମ୍ଭୀର ମୁଣ୍ଡି) ଅଞ୍ଚଳରୁ ହାଇଜ୍ଜା ଗାଡ଼ି ଦ୍ଵାରା ବାଲି ଉଠାଣ କରୁଥିବା ସମୟରେ ପାଣ୍ଡରା ଗ୍ରାମର କିଛି ଯୁବକ ବାଲି ଗାଡିକୁ ଅଟକ ରଖିବା ସହିତ, ଗାଡିର ଡ୍ରାଇଭର ଓ ହେଲପରକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଗାଡିରେ ଥିବା ପରମିଟ କୁ ଚିରି ଦେଇଥିଲେ । ସେହି ସମୟରେ ତାଙ୍କର ସହଯୋଗୀ ସୌରଭ ଘୋଷ(ବୟସ ୨୬)ଙ୍କ (ପିତା-ପୂର୍ଣ୍ଣଚନ୍ଦ୍ର ଘୋଷ) ମାରୁତି ବ୍ରିଜା (ଓଡି.୦୨. ଡିଡି-୭୪୨୭) ଗାଡିକୁ ପଥର ସାହାଯ୍ୟ ଭାଙ୍ଗିବା ସହିତ ତାଙ୍କୁ ଜୀବନରୁ ମାରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣା ବାବଦରେ ନିଲାମ ବାଲି ଧରିଥିବା ଉତ୍ତମ କୁମାର ଦଣ୍ଡପାଟ ନିକଟସ୍ଥ ଝାରପୋଖରିଆ ଥାନାରେ ଉକ୍ତ ଗଣ୍ଡଗୋଳ,ମାରପିଟ, ଗାଡି ଭଙ୍ଗାରୁଜା ଓ ଜୀବନରୁ ମାରିଦେବା ସମ୍ପର୍କିତ ଘଟଣା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଏହି ଲିଖିତ ଅଭିଯୋଗ ରେ ଗଣ୍ଡଗୋଳ,ମାରପିଟ, ଗାଡି ଭଙ୍ଗାରୁଜା ଏବଂ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ୭ ଜଣଙ୍କ ନାମରେ ଝାରପୋଖରିଆ ଥାନାରେ ୨୮୩/୨୬ ରେ ଏକ ଲିଖିତ ମାମଲା ରୁଜୁ ହୋଇଛି । ଉକ୍ତ ଘଟଣାକୁ ନେଇ ଝାରପୋଖରିଆ ଥାନା ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ କିପରି ହେବ ତାହା ଦେଖିବାକୁ ବାକି ରହିଲା । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
