
———–*******——-
କେନ୍ଦୁଝର….. ଝୁମ୍ପୁରା ବ୍ଳକ ଅନ୍ତର୍ଗତ ଚଉଠିଆ ଗ୍ରାମପଞ୍ଚାୟତ ପରିସରରେ ବରିଷ୍ଠ ନାଗରିକ ମଞ୍ଚ, ଚଉଠିଆ ଓ ଭୂମିକା ହସ୍ପିଟାଲ, କେନ୍ଦୁଝର ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l
ଉକ୍ତ ଶିବିରକୁ ସ୍ଥାନୀୟ ସରପଞ୍ଚ ଅନୁପମା ମୁଣ୍ଡା ଉଦ୍ଘାଟନ କରିଥିଲେ l
ଚଉଠିଆ ପଞ୍ଚାୟତ ର ବିଭିନ୍ନ ଗ୍ରାମ ରୁ ମୋଟ 50 ଜଣ ବରିଷ୍ଠ ନାଗରିକ ନିଜ ନିଜ ର ଆଖି ପରୀକ୍ଷା କରାଇ ଥିଲେ l ସେଥି ମଧ୍ୟରୁ 15 ଜଣଙ୍କ ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା l ଚିହ୍ନଟ ରୋଗୀ ମାନଙ୍କୁ ଅସ୍ତ୍ରୋପଚାର ପାଇଁ କେନ୍ଦୁଝରସ୍ଥିତ ଭୂମିକା ଚକ୍ଷୁ ହସ୍ପିଟାଲ କୁ ସ୍ଥାନାନ୍ତର କରା ଯାଇଛି l ରୋଗୀମାନଙ୍କର ଯିବା ,ଆସିବା, ଖାଇବା, ରହିବା, ଔଷଧ, ଚଷମା ଓ ଅପରେସନ ହସ୍ପିଟାଲ ତରଫରୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି l
ମୁଖ୍ୟ ଅତିଥି ଭାବେ ସରପଞ୍ଚ ଅନୁପମା ମୁଣ୍ଡା, ମୁଖ୍ୟ ବକ୍ତା ଭୂମିକା ହସ୍ପିଟାଲ ର ଜୋନାଲ ମ୍ୟାନେଜେର କର୍ଣାଟ କିଶୋର ଜେନା, ପଦ୍ମଲୋଚନ ମହାନ୍ତ ବରିଷ୍ଠ ନାଗରିକ ମଞ୍ଚ ର ପୂର୍ବତନ ସଭାପତି ସଭାପତିତ୍ୱ କରିଥିଲେ l
ହସ୍ପିଟାଲ ର ସହ ପରିଚାଳକ ରୁଦ୍ର ନାରାୟଣ ଲୋହାର ଙ୍କ ବଳିଷ୍ଠ ନିର୍ଦ୍ଧେଶନା ରେ ଚକ୍ଷୁ ସହାୟକ ଲାଳିମା ଜେନା, ଆଶା ସାହୁ, ପୂଜା ମହାନ୍ତ ଲୋକ ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥିଲେ l
ଶିବିର ପରିଚାଳନାରେ ଜନାର୍ଦ୍ଦନ
ମହାନ୍ତ, କାଶୀନାଥ ମହାନ୍ତ, ଅକ୍ଷୟ ମହାନ୍ତ, ଖଗେଶ୍ୱର ମହାନ୍ତ, ସୋମନାଥ ମହାନ୍ତ, ମଙ୍ଗୁଳୁ ମହାନ୍ତ, ସତ୍ୟାନନ୍ଦ ମହାନ୍ତ, ନଗେନ୍ଦ୍ର ପ୍ରଧାନ ଇତ୍ୟାଦି ସହଯୋଗ କରି ଶିବିରକୁ ସଫଳ କରାଇଥିଲେ l