*ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ*
(ଡା:ରମେଶ କୁମାର.ନି:ପ୍ର)
ଭବାନୀପାଟଣା : ୩୧/୧୦/୨୦୨୬ ରିଖ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ମହାସମାରୋହରେ ଲୌହ ମାନବ ସର୍ଦାର ଭଲ୍ଲଭ ଭାଇ ପଟେଲ ଜୟନ୍ତୀ ତଥା ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ସେ ନିଜ ଅଭିଭାଷଣରେ ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବଜାୟ ରଖିବା ପାଇଁ ସମସ୍ତଙ୍କୁ ପ୍ରେରିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ବେଶ୍ ଉତ୍ସାହର ସହ ଭାଗ ନେଇଥିଲେ। ସଭା ଶେଷରେ ସମସ୍ତଙ୍କ ଦ୍ୱାରା ଦେଶର ସୁରକ୍ଷା ଓ ଏକତା ପାଇଁ ‘ଏକତା ଶପଥ ପାଠ’ କରାଯାଇଥିଲା। ଶପଥ ଗ୍ରହଣ ପରେ ସଭା ସାଙ୍ଗ କରାଯାଇଥିଲେ ମଧ୍ୟ ଏହା ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମର ଏକ ନୂଆ ଶିହରଣ ସୃଷ୍ଟି କରିଥିଲା।
