ଆଗରପଡ଼ାରେ ଅନନ୍ୟ ପର୍ବ କରଞ୍ୱାଚୌଥ
ଆଗରପଡ଼ା,/ ମାର୍କଣ୍ଡ ଧଡ଼ା ( ନିପ୍ର) ସ୍ଥାନୀୟ କ୍ଷତ୍ରୀୟ ସଂପ୍ରଦାୟ ମହିଳାମାନେ ଅନନ୍ୟ ପର୍ବ କରଞ୍ୱାଚୌଥ କୁ ଭକ୍ତି ଭାବନା ମଧ୍ୟରେ ପାଳନ କରିଛନ୍ତି । ଏହି ପର୍ବରେ ବିବାହିତା ମହିଳାମାନେ ସ୍ୱାମୀଙ୍କର ଶୁଭ ମନାସୀ ଓ ଦୀର୍ଘଜୀବୀ କାମନା କରି ଉପବାସ କରି ରାତିରେ ଚନ୍ଦ୍ର ଦର୍ଶନ କରିବା ପରେ ଏହାକୁ ସମାପନ କରିଥିଲେ । ପରମ୍ପରା ଅନୁଯାୟୀ ଏହି ସଂପ୍ରଦାୟର ସମସ୍ତ ମହିଳା ନୂଆ ବସ୍ତ୍ର ପରିଧାନ ପୂର୍ବକ ଏକତ୍ରୀତ ହୋଇ ପରସ୍ପର ମଠୁରୀ ପୁଞ୍ଜା(ଭୋଗ)କୁ ଅଦଳବଦଳ କରିଥିଲେ । ଯାହାକି ଏହି ପର୍ବର ସ୍ଵତନ୍ତ୍ରତା ପରିଲକ୍ଷିତ ହୋଇଥାଏ । ପୂର୍ବତନ ମୁଖ୍ୟମଂତ୍ରୀ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ ସହଧର୍ମିଣୀ ତଥା ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ ସୁଭଦ୍ରା ମହତାବ ଏହି ପର୍ବକୁ ଏଠାରେ ଆରମ୍ଭ କରିଥିଲେ ଓ ଅଦମ୍ୟ ସାହସର ପ୍ରତୀକ କ୍ଷତ୍ରୀୟ ମହିଳାମାନେ ଏକତ୍ରୀତ ହେବା ଉଦ୍ଦେଶ୍ୟରେ ଏହା ଆରମ୍ଭ କରାଯାଇଥିଲା ବୋଲି ଜନଶୃତି କହେ।
