**ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଅର୍ଣ୍ଣବ” ପ୍ରବଳପବନ ଓ ବର୍ଷାରେ ଥରିଲା ନୂଆପଡ଼ା ଜିଲ୍ଲା।*
*
ନୂଆପଡା(ମିଖାଏଲ ନନ୍ଦ)
ତା:୨୮.୧୦
ଅର୍ଣ୍ଣବ ବାତ୍ୟା ସ୍ଥଲ ଭାଗ ସ୍ପର୍ଶ କରିଥିବା ବେଳେ ପବନ ବେଗ ବୃଦ୍ଧି, ଏବଂ ବୃଷ୍ଟିପାତ ବ୍ୟାପକ ଅନୁମାନ, ନୂଆପଡ଼ା ଜିଲ୍ଲା ପ୍ରଭାବିତ ହୋଇଅଛି।ସୁନ୍ଦର ନଦୀରେ ମଧ୍ୟ ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ତୁହା କୁ ତୁହା ବୃଷ୍ଟିପାତ ହେଉଅଛି। ବର୍ତ୍ତମାନ ପବନ ବେଗ ବୃଦ୍ଧି ହେବାରେ ଲାଗିଛି। ତିଖଳି ନିମ୍ନ ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ମଧ୍ୟ ପୂର୍ବରୁ ଜଳ ନିଷ୍କାସନ କରି ଜଳରାଶିକୁ ଖାଲି ରଖିଛନ୍ତି। ବାତ୍ୟା ର ପ୍ରଭାବରେ ବର୍ଷାଜଳ କୁ ଠିକ୍ ରୂପେ
ନିୟନ୍ତ୍ରଣ କରିବା ସୁବିଧା ନେଇ ଜଳସେଚନ ବିଭାଗ ପଦକ୍ଷେପ ନେଇଛନ୍ତି। ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବୃଷ୍ଟିପାତ ଦେଖାଯାଉଅଛି। ଅର୍ଣ୍ଣବ ପ୍ରଭାବ ରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଅଛି। ପବନ ର ବେଗ ଅସ୍ଵାଭାବିକ ଭାବରେ ବୃଦ୍ଧି ହେଉଅଛି।
