
ରଘୁନାଥପୁର ବ୍ଲକ ର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା l
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ବିଭିନ୍ନ ସ୍ଥାନରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ପାଳିତ ହେଉଛି l ଏହି ବ୍ଲକର ତରିକୁନ୍ଦ, ଜୟଷୋଳ, ଗରୁଆଳ, ସାନତିହଡା, ପଣ୍ଡିଆସାହି, ଗୋଠିଣା, ଚାନ୍ଦପୁର, ଗୁଆଳିପୁର, ଅଢେଇକୁଳ, ସାଦେଇପୁର, ଅୟର, ସମଙ୍ଗ, ରେଢ଼ୁଆ, ତଅଂରା, ଚିକିଣିଆ, ତାରପୁର, ପୁରୁଣା ବସନ୍ତ, ପୂରଣ ଓଡ଼ପଡ଼ା ଓ ରଘୁନାଥପୁର ଆଦି ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀଙ୍କ ପୂଜା ବେଶ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି । ଏହି ଅବସରରେ ରବିବାର କଳସ ଯାତ୍ରା ଓ ମା’ଙ୍କ ଚକ୍ଷୁଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବେଳେ ସୋମବାର ଦିନ ସମସ୍ତ ମଣ୍ଡପରେ ବଡପୂଜା ଅନୁଷ୍ଠିତ ହୋଇଥିଲା l କେତେକ ମଣ୍ଡପ ମାନଙ୍କ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଆଲୋକ ସଜାରେ ମାଙ୍କ ମଣ୍ଡପ ବେଶ ମନଲୋଭା ହୋଇଛି। ପ୍ରତ୍ୟେକ ମଣ୍ଡପକୁ ଦର୍ଶନ ପାଇଁ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବାର ଦେଖିବାକୁ ମିଳିଛି। କେତେକ ମଣ୍ଡପ ମାନଙ୍କରେ ସନ୍ଧ୍ୟା ବେଳକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ଥିଲେ ଵି ” ଅର୍ଣ୍ଣବ ” ପ୍ରଭାବ କାଳ ହୋଇଯାଇଛି l ସେହିପରି ବିଭିନ୍ନ ମଣ୍ଡପ ମାନଙ୍କରେ ଭକ୍ତ, ଶ୍ରଦ୍ଧାଳୁ ମାନଙ୍କ ପାଇଁ ଖୋଲା ଯାଇଥିବା ଜଳଖିଆ ଦୋକାନ, ଷ୍ଟେସନାରୀ ଦୋକାନ ଗୁଡିକ ଵି ବ୍ୟବସାୟ କରିବାରେ ମାନ୍ଦା ପଡିଗଲା ପରି ମନେ ହେଉଛି l କେତେକ ମଣ୍ଡପରେ ମାଙ୍କୁ ୫ ଦିନରେ ମେଲାଣି ଦେବାକୁ ଥିବାବେଳେ କିଛି ମଣ୍ଡପ ରେ ୭ ଦିନରେ ମେଲାଣି ଦେବେବୋଲି କର୍ମକର୍ତା ସୂଚନା ଦେଇଛନ୍ତି।
