ଅଭିଷେକ ଶର୍ମା ଙ୍କ ଦମଦାର ଶତକ: ୩-୦ ସିରିଜ ଜିତିଲା ଭାରତ
ୱଲେଙ୍ଗଟନ: ହେନେରୀ ଷ୍ଟାଡିୟମ ରେ ଖେଳା ଯାଇଥିବା ଭାରତ ଏବଂ ନ୍ୟିଜିଲାଣ୍ଡ ତୃତୀୟ ଟି-୨୦ ମ୍ୟାଚ ରେ ଭାରତର ବିଶାଳ ବିଜୟ ସହିତ ୩-୦ ରେ ସିରିଜ ନିଜ ନାମରେ କରିଛି। ଟସ ଜିତି ଭାରତ ନ୍ୟିଜିଲାଣ୍ଡ କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ୧.୨ ଓଭରରେ ନ୍ୟିଜିଲାଣ୍ଡ ୪ ରନ୍ ସଂଗ୍ରହ କରିଥିବା ସମୟରେ ଟିମ୍ ସାଇଫର୍ଟ ବ୍ୟକ୍ତିଗତ ଭାବେ ୨ ରନ୍ କରି ଆଉଟ୍ ହୋଇଥିଲା। ପରେ ଫିନ୍ ଆଲେନ ଏବଂ ଡାରିଏଲ ମିଚେଲ କିଛି ସମୟ ପର୍ଯ୍ୟନ୍ତ କ୍ରିଜ ରେ ଥିଲେ। ଦଳର ସ୍କୋର ୯୦ ରନ୍ ଥିବା ବେଳେ ଫିନ୍ ଆଲେନ ଭାବେ ନ୍ୟିଜିଲାଣ୍ଡ କୁ ଲାଗିଥିଲା ୨ୟ ଝଟକା। ଫିନ୍ ଆଲେନ ବ୍ୟକ୍ତିଗତ ଭାବେ ୨୫ ବଲ ଖେଳି ୪୦ ରନ୍ ସଂଗ୍ରହ କରିଥିବାବେଳେ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ଆସିଥିଲେ ଗ୍ଲେନ ଫିଲ୍ଫିସ । ଫିଲିଫ୍ସ ବ୍ୟକ୍ତିଗତ ଭାବେ ୧୪ ବଲ୍ ରେ ୧୭ ରନ୍ କରି କ୍ୟାଚ ଆଉଟ୍ ହୋଇଥିଲା। ତାଙ୍କ ସ୍ଥାନରେ ଆସିଥିଲେ ବେଭନ ଜାକବ୍ସ । ବେଭନ ଜାକବ୍ସ ଏବଂ ଡାରିଏଲ ମିଚେଲ ଦୁହେଁ ଶେଷ ଓଭର ପର୍ଯ୍ୟନ୍ତ କ୍ରିଜ ରେ ରହି ୨୦ ଓଭରରେ ୩ ୱିକେଟ ହରାଇ ୧୯୮ ରନ୍ ସଂଗ୍ରହ କରିଥିଲେ। ଡାରିଏଲ ମିଚେଲ ୫୨ ବଲ ଖେଳି ୫ ଟି ଚୈକା ଏବଂ ୫ ଟି ଛକ୍କା ବଳରେ ୮୯ ରନ୍ ସଂଗ୍ରହ କରିଥିଲେ ଏବଂ ଜାକବ୍ସ ୨୩ ଟି ବଲ୍ ଖେଳି ୪ଟି ଚୈକା ଏବଂ ଗୋଟିଏ ଛକା ବଳରେ ୩୯ ରନ୍ ସଂଗ୍ରହ କରିଥିଲେ।
ଦ୍ଵିତୀୟ ପାରି ରେ ଭାରତ ପକ୍ଷରୁ ଦୁଇ ବାମ ହାତୀ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ ଶର୍ମା କ୍ରିଜ କୁ ଓହ୍ଲାଇ ଥିଲେ। ଆରମ୍ଭରୁ ଦୁହେଁ ନିଜ ବିସ୍ପୋରକ ଖେଳ ପ୍ରଦର୍ଶନ କରିଥିଲେ। ଦଳର ସ୍କୋର ୧୩୩ ଥିବା ସମୟରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୯ ଟି ବଲ୍ ଖେଳି ୪ଟି ଚୈକା ଏବଂ ୪ଟି ଛକ୍କା ବଳରେ ୪୫ ରନ୍ ସଂଗ୍ରହ କରି କ୍ୟାଚ ଆଉଟ୍ ହୋଇଥିଲା। ଅନ୍ୟପକ୍ଷରେ ଅଭିଷେକ ଶର୍ମା ନିଜର ବିସ୍ଫୋରଣ ଖେଳ ଜାରି ରଖିଥିଲେ। ୯.୬ ଓଭରରେ ଦଳର ସ୍କୋର ୧୭୮ ଥିବା ସମୟରେ ଅଭିଷେକ ଶର୍ମା ବ୍ୟକ୍ତିଗତ ଭାବେ ୧୧ ଛକା ଏବଂ ୯ ଚୈକା ବଳରେ ୧୧୩ ରନ୍ ସଂଗ୍ରହ କରି କ୍ୟାଚ ଆଉଟ୍ ହୋଇଥିଲା। ପରେ ଶ୍ରେୟାସ ଆୟର ୧୦ ବଲ ଖେଳି ୫ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲା। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ତିଳକ ବର୍ମା। ଦଳର ସ୍କୋର ୧୯୫ ଥିବା ବେଳେ ସଞ୍ଜୁ ସାମସନ ୧୩ ବଲ୍ ରେ ୨ ଟି ଚୈକା ବଳରେ ୧୮ ରନ୍ ସଂଗ୍ରହ କରି ବୋଲ୍ଡ ହୋଇ ଯାଇଥିଲେ। ତାଙ୍କ ସ୍ଥାନ ରେ ନମନ ଧିର ବ୍ୟାଟିଂ ପାଇଁ ପଡିଆ କୁ ଆସିଥିଲେ। ତିଲକ ବର୍ମା ୧ ବଲ ରେ ୧ରନ୍ ଏବଂ ନମନ ଧିର ୧ ବଲରେ ୪ ରନ୍ ସଂଗ୍ରହ କରି ଅପରାଜିତ ଦଳକୁ ସିରିଜ ଜିତାଇଥିଲେ। ଭାରତକୁ ଏହି ବିଜୟ ମାତ୍ର ୧୩ .୨ ଓଭର ଲାଗିଥିଲା। ୧୧୩ ରନ୍ ସଂଗ୍ରହ କରିଥିବା ଅଭିଷେକ ଶର୍ମା ଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଥିଲା।
