ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳନ
ବ୍ରହ୍ମପୁର,
ତା.୨୬.୧୦.୨୦୨୬ରିଖ: ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହୋଇଛି l ଏହି ଅବସରରେ ଉପ ଜିଲ୍ଲାପାଳ ଅବିନାଶ କୁମାରଙ୍କ ସହ ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀ ସାଧୁତାର ଶପଥ ପାଠ କରିଛନ୍ତି l ଦୁର୍ନୀତି ନିବାରଣ ସଚେତନତାରେ ଚଳିତ ବର୍ଷର ବିଷୟବସ୍ତୁ ରହିଛି “ସାଧୁତାରୁ ସମୃଦ୍ଧି” l ନୈତିକ ଆଚରଣ ପୂର୍ବକ କର୍ତ୍ତବ୍ୟ ସଂପାଦନରେ ଅଧିକାରୀ କିମ୍ବା କର୍ମଚାରୀମାନଙ୍କର ସାଧୁତାର ପରିପ୍ରକାଶ ଘଟିଥାଏ l ଏପରି ସାଧୁତା ସମୃଦ୍ଧି ପଥକୁ ଉନ୍ମୁକ୍ତ କରି ବ୍ୟକ୍ତିତ୍ୱ ସହ ସାମୂହିକ ବିକାଶରେ ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ l
