*ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ଶୁଣିଲେ ଖଡ଼ିଆଳ ବାସୀ ଜ୍ଞାନରଞ୍ଜନ ମେଘଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚା ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୫.୧୦.
ଖଡ଼ିଆଳ ବିଧାନସଭା କ୍ଷେତ୍ରର ଖଡ଼ିଆଳ ସ୍ଥିତ ଅଗ୍ରସେନ ଭବନଠାରେ ନୂଆପଡ଼ା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ଜ୍ଞାନରଞ୍ଜନ ମେଘଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଲୋକପ୍ରିୟ ଜନସମ୍ପର୍କ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଅନୁଷ୍ଠିତ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ଶ୍ରୀ ଉଜ୍ଜଳ ଗୁପ୍ତା ଯୋଗଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସୁଶାନ୍ତ କୁମାର ବିଶି ଓ ନୂଆପଡ଼ା ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ କିଶୋର ଚଲାନ ଯୋଗଦେଇଥିଲେ।
ଏହି ଅବସରରେ ଖଡ଼ିଆଳ ଅଞ୍ଚଳର ବହୁ ବରିଷ୍ଠ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ, ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଏବଂ ଯୁବ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ଓ ସ୍ମରଣୀୟ କରିଥିଲେ।
‘ମନ୍ କି ବାତ୍’ କେବଳ ଏକ ରେଡିଓ କାର୍ଯ୍ୟକ୍ରମ ନୁହେଁ, ଦେଶର ସାଧାରଣ ଲୋକଙ୍କ ସ୍ୱର ବୋଲି ଜନସାଧାରଣଙ୍କ ସହ ଯୋଡ଼ି ହେବା, ଦେଶର ସଫଳତା ଓ ପ୍ରେରଣାଦାୟୀ କାହାଣୀକୁ ଜାଣିବା ସହ ରାଷ୍ଟ୍ର ନିର୍ମାଣରେ ଜନଭାଗୀଦାରିକୁ ସୁଦୃଢ଼ କରିବାର ଏକ ଅନନ୍ୟ ମାଧ୍ୟମ ବୋଲି ଅତିଥି ମାନେ ପ୍ରକାଶ କରିଛନ୍ତି।
ଏହି ଭବ୍ୟ ଆୟୋଜନ ମାଧ୍ୟମରେ ସାଂଗଠନିକ ଏକତା, ଦଳୀୟ ସମନ୍ୱୟ ଓ ଯୁବଶକ୍ତିର ଉତ୍ସାହ ପ୍ରତିଫଳିତ ହେବା ନେଇ ନେତୃମଣ୍ଡଳୀ ପ୍ରକାଶ କରିଥିଲା
