*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳ ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଗୋରେଖ ମେଘ ୭୭ ବର୍ଷ ରେ ଇହ ଧାମ ତ୍ୟାଗ କରିଛନ୍ତି ତାଙ୍କ ମୃତ୍ୟୁ ରେ ବିଭିନ୍ନ ମହଲ ରେ ଗଭୀର ଶ୍ରଦ୍ଧାଞ୍ଜଳୀ*।
ନୂଆପଡା(ମିଖାଏଲ ନନ୍ଦ)
ତା:୨୫.୧୦.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳ ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଗୋରେଖ ମେଘ ଇହ ଧାମ ତ୍ୟାଗ କରିଛନ୍ତି ତାଙ୍କ ମୃତ୍ୟୁ ବେଳେ କୁ ୭୭ ବର୍ଷରେ ମୃତ୍ୟୁ ହୋଇଥିବା ବେଳେ ବିଭିନ୍ନ ମହଲ ରେ ଗଭୀର ଶ୍ରଦ୍ଧାଞ୍ଜଳୀ। ସେ ତାଙ୍କ ଛାତ୍ର ଜୀବନ ରୁ ଜଣେ ଉତ୍ତମ ନାଗରିକ ରୂପେ ଜୀବନରେ ଜଣେ ସଫଳ ମଣିଷ ରୂପେ ନିଜ ପରିଚୟ ବହନ କରିଥିଲେ। ଆଇପିଏସ୍ ୧୯୭୫-୭୯ ଆଇ ଏ ଏସ ୧୯୭୯, ମୋରାଜିବଦେଶାଇ ଙ୍କ ମୁଖ୍ୟ ସୁରକ୍ଷା ଦାୟିତ୍ୱ ନେଇଥିଲେ। ମାୟା ନଗରୀ ମୁମ୍ବାଇରେ ରେ ୧୯୮୪/୮୫ ହିନ୍ଦୀ ସିନେ ଜଗତ ର ସେନ୍ସର ବୋର୍ଡ ଅଧ୍ୟକ୍ଷ ଭାବରେ ଅନେକ ସଫଳତା ହାସଲ କରିଥିବା ବେଳେ ସିନେ ଜଗତ ରେ ଅନେକ ଯୁଗାନ୍ତକାରି ପରିବର୍ତ୍ତନ ଆଣିଥିଲେ। ଅରଡ଼ା ଗ୍ରାମରେ ୧୯୪୯ ମସିହାରେ ଜନ୍ମ ହୋଇ ତାଙ୍କ ସଫଳତା କାହାଣୀ ଆଗକୁ ବଢ଼ି ଚାଲିଥିଲେ। ରାଜା ଏଟି ହାଇସ୍କୁଲ ରେ ତାଙ୍କ ଶିକ୍ଷା ଜୀବନ ଆରମ୍ଭ କରି ରାୟପୁର ରେ ତାଙ୍କ କଲେଜ ଜୀବନ ଆରମ୍ଭ କରିଥିଲେ। ସେ ମଧ୍ୟପ୍ରଦେଶ କେଡର ରେ ୧୯୭୫ ରେ ଆଇ ପି ଏସ ହୋଇଥିଲେ। ପରେ ସେ ୧୯୭୯ ରେ ଆଇ ଏ ଏସ ମହାରାଷ୍ଟ୍ର କେଡର ରେ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ, ଗୃହ, ମାନବ ଅଧିକାର, ଜଳ ସମ୍ପଦ, ମତ୍ସ୍ୟ ଓ ପଶୁପାଳନ, ଅର୍ଥ ଓ ସାଧାରଣ ପ୍ରଶାସନିକ ଦାୟିତ୍ୱରେ ରହି ନିଜ କର୍ତ୍ତବ୍ୟ ନିଷ୍ଠା ପାଇଁ ବେଶ୍ ପରିଚିତ ଥିଲା। ତାଙ୍କ ସ୍ତ୍ରୀ ମନ୍ଦାକିନୀ ମେଘ , ପୁଅ ଜିତେନ୍ଦ୍ର ମେଘ ଏବଂ ଝିଅ ପୂର୍ଣ୍ଣିମା ମେଘ ଶେଷ ସମୟରେ ତାଙ୍କ ସହିତ ଉପସ୍ଥିତ ଥିଲେ।
