*୨୦ ଲିଟର ଦେଶୀ ମଦ ଜବତ ସହ , ଜଣେ ଗିରଫ **
ତିର୍ତୋଲ,
( ଭଂଜଦୂତ ଖବର ) ଜଗତସିଂହପୁର, ଜିଲ୍ଲା : ତିର୍ତ୍ତୋଲ ଥାନା ଅନ୍ତର୍ଗତ ଛପଡା ରେଳ ଫାଟକ ନିକଟରେ ପୋଲିସ ଚଢ଼ାଉ କରି ୨୦ ଲିଟର ବେଆଇନ ଦେଶୀ ମଦ ଜବତ କରିଛି।
ପୋଲିସ ସୂଚନା ଅନୁଯାୟୀ, ଜଇପୁର ଆଡକୁ ମଦ ଚାଲାଣ ହେଉଥିବା ଖବର ପାଇ ପୋଲିସ ଏକ ଧଳା ଆକ୍ଟିଭା OD-05-L-9522 କୁ ଅଟକାଇ ଯାଞ୍ଚ କରିଥିଲା। ସ୍କୁଟିରୁ ୪ କାର୍ଟୁନରେ ୧୦୦ ବୋତଲ ଆସ୍କା-୪୦ ମଦ (୨୦ ଲିଟର) ମିଳିଥିଲା। ଏହି ଘଟଣାରେ ଥାନା କେସ ନଂ ୩୭୩/୨୬, ଧାରା ୫୨(ଏ) ଅବକାରୀ ଆଇନରେ ମାମଲା ରୁଜୁ କରି କଣ୍ଟାପଡା ଗ୍ରାମର ସୂର୍ଯ୍ୟ ନାରାୟଣ ଦାସ (୩୯) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
