ଭକ୍ତଙ୍କ ଭାବାବେଗ ସହ ଖେଳ କାହିଁକି?
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ଛତର ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା, ବିଶ୍ୱାସ, ଭାବାବେଗ ଓ କଳାହାଣ୍ଡିର ଗୌରବମୟ ପରମ୍ପରାର ପ୍ରତୀକ।
ମାଁଙ୍କ ଟିକିଏ ଝଲକ ପାଇବା ପାଇଁ କଳାହାଣ୍ଡିର କୋଣ ଅନୁକୋଣରୁ ତଥା ରାଜ୍ୟ ବାହାରୁ ମଧ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁ ଛୁଟି ଆସନ୍ତି। ବର୍ଷକର ଅପେକ୍ଷା, ଅସୀମ ଭକ୍ତି ଓ ଅତୁଟ ବିଶ୍ୱାସ ନେଇ ଭକ୍ତମାନେ ମାଁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥାନ୍ତି।
ଅଥଚ ଚଳିତ ବର୍ଷ ମାଁଙ୍କ ଛତର ଜେନାଖାଲରୁ ବାହାରି ସକାଳ ୭ଟା ୫୦ ମିନିଟ୍ରେ ମାଁ ମାଣିକେଶ୍ୱରୀ ମନ୍ଦିରରେ ପ୍ରବେଶ କରିବା ଘଟଣା ଅନେକ ଭକ୍ତଙ୍କ ମନରେ ଗଭୀର ଅସନ୍ତୋଷ ଓ କ୍ଷୋଭ ସୃଷ୍ଟି କରିଛି।
୧. ଛତର ଯାତ୍ରାର ସମୟସୂଚୀରେ ଏଭଳି ପରିବର୍ତ୍ତନ କାହା ନିଷ୍ପତ୍ତିରେ କରାଗଲା? ଯଦି ନିଆଗଲା ତେବେ ଆଗରୁ ପ୍ରକାଶ କରାଗଲା ନାହିଁ କାହିଁକି?
୨. ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ଓ ଦର୍ଶନର ସୁଯୋଗକୁ କାହିଁକି ଗୁରୁତ୍ୱ ଦିଆଗଲା ନାହିଁ?
୩. ଛତର ଯାତ୍ରା ସମନ୍ୱୟ କମିଟି ରହିଛି କାହା ପାଇଁ? କମିଟିର ଭୂମିକା କେବଳ ବୈଠକ ଓ ଫଟୋ ଉଠାଇବାରେ ସୀମିତ କି?
୪. ଯେଉଁ ଭକ୍ତମାନେ ଦୂରଦୂରାନ୍ତରୁ ମାଁଙ୍କ ଦର୍ଶନ ପାଇଁ ଆସି ନିରାଶ ହେଲେ, ସେମାନଙ୍କ ପ୍ରତି ପ୍ରଶାସନର ଉତ୍ତରଦାୟିତ୍ୱ କ’ଣ?
ମନେ ରଖନ୍ତୁ, ଛତର ଯାତ୍ରା କୌଣସି ପ୍ରଶାସନିକ କାର୍ଯ୍ୟକ୍ରମ ନୁହେଁ, ଏହା କଳାହାଣ୍ଡିବାସୀଙ୍କ ଆତ୍ମା ଓ ଆସ୍ଥାର ମହାପର୍ବ।
ଶୃଙ୍ଖଳା ଓ ସୁରକ୍ଷା ନିଶ୍ଚିତ ଭାବେ ଜରୁରୀ, କିନ୍ତୁ ତାହାର ଆଳରେ ଭକ୍ତଙ୍କ ଭାବାବେଗ ଓ ଐତିହ୍ୟକୁ ଅଣଦେଖା କରାଯିବା ଗ୍ରହଣୀୟ ନୁହେଁ।
ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ପଛର କାରଣ ସାର୍ବଜନୀନ କରୁ ଏବଂ ଆଗାମୀ ଦିନରେ ମାଁଙ୍କ ପରମ୍ପରା, ସେବାୟତଙ୍କ ମତାମତ ଓ ଭକ୍ତଙ୍କ ଦର୍ଶନ ସୁବିଧାକୁ ସର୍ବାଧିକ ପ୍ରାଥମିକତା ଦେଉ।
ଜୟ ମାଁ ମାଣିକେଶ୍ୱରୀ 🙏
#ChhatarJatra #MaaManikeswari #Kalahandi #SaveOurTradition #DevoteesSentiments
