*ନୂଆପଡ଼ା ଜିଲ୍ଲାର ପୁରପଲ୍ଲୀ ରେ ଆଜି ଜଗତ ଜନନୀ ମାଁ ଦୂର୍ଗା ଙ୍କ ମହାଅଷ୍ଟମୀ ପୂଜା ଅନୁଷ୍ଠିତ*।
ନୂଆପଡା(ମିଖାଏଲ ନନ୍ଦ)
ତା:୧୮.୧୦.
ନୂଆପଡ଼ା ଜିଲ୍ଲା ପୁରପଲ୍ଲୀ ରେ ଆଜି ଜଗତ ଜନନୀ ମାଁ ଦୂର୍ଗା ଙ୍କ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଅଛି। ୫୧ ରୁ ଏକାଧିକ ପୂଜା ମଣ୍ଡପ ରେ ଜଗତ ଜନନୀ ମାଁ ଦୂର୍ଗାଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ କେତେକ ସ୍ଥାନରେ ନବରାତ୍ର ପୂଜା ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟ ପୂଜା ମଣ୍ଡପ ରେ ତ୍ରିରାତ୍ରପୂଜା ହେଉଅଛି। ମହା ସପ୍ତମୀ ପୂଜା ହୋଇଥିବା ବେଳେ ବର୍ତ୍ତମାନ ମହା ଅଷ୍ଟମୀ ଏବଂ ମହା ନବମୀ ପୂଜା ଅନୁଷ୍ଠିତ ହେବ। ଏହି ତିନି ଦିନ ମାଁ ଙ୍କୁ ବହୁ ଆନନ୍ଦରେ ପୂଜା କରି ନିଜ ମନସ୍କାମନା କରିଥାନ୍ତି। ଖଡ଼ିଆଳ ଠାରେ ୪ ଗୋଟି ପୂଜା ମଣ୍ଡପ ରେ ପୂଜା ହେଉଥିବା ବେଳେ ରାମ ସ୍ୱାମୀ ମନ୍ଦିର ପରିସର ମଧ୍ୟ ରେ ପୀଠ ପୂଜା ହେଉଅଛି। ଆଜି ମହା ଅଷ୍ଟମୀ ପୂଜା ରେ ମାଁ ଙ୍କ ମହା ଗୌରୀ ରୂପେ ପୂଜା ପାଇଥାନ୍ତି। ଆସୁରିକ ଶକ୍ତି ଉପରେ ଦେବୀ ଶକ୍ତିଙ୍କ ବିଜୟ ହୋଇଥାଏ। ଆଜି ର ଏହି ଦିନକୁ ମାଁ ଙ୍କ ଷୋଡ଼ଶ ଉପଚାରରେ ପୂଜା ହୋଇ ନିଜ ମନସ୍କାମନା ମୁତାବକ ପୂଜା କରିଥାନ୍ତି। ଖଡ଼ିଆଳ ପଟ୍ଟନାୟକ ପଡ଼ା, ଖଡ଼ିଆଳ ରାଜା ପଡ଼ା ଏବଂ ବ୍ଲକ ଛକ ଠାରେ ପୂଜା ହେଉଥିବା ବେଳେ ବିଦ୍ୟୁତ୍ ବିଭାଗ ରେ ମଧ୍ୟ ପୂଜା ହେଉଅଛି।ଗ୍ରାମାଞ୍ଚଳ ରେ ଅନେକ ସ୍ଥାନ ରେ ମଧ୍ୟ ପୂଜା ହେଉଅଛି। ଆଜି ଭଉଣୀ ମାନେ ମଧ୍ୟ ନିର୍ଜଳା ଉପବାସ। ରହି ଭାଇଙ୍କ ଦୀର୍ଘାୟୁ କାମନା ପାଇଁ ଭାଇଆ ଜୀଉତିଆ ବ୍ରତ କରିଛନ୍ତି।
