*ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟରେ ବିଜେଡି ସମର୍ଥିତ ନିର୍ବାଚିତ ପ୍ରତିନିଧିଙ୍କ ବଜାର ଶୋଭାଯାତ୍ରା*
*ବାଙ୍ଗିରିପୋଷି :17/10/26 (ଅଂଶୁମାନ ଘୋଷ ) ଭଂଜଦୂତ ଖବର :* ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ଗୁରୁବାର ରାତି ଫଳାଫଳ ପ୍ରକାଶ ପରେ ବିଜେଡି ତରଫରୁ ଖୁସିର ଲହରୀ ଖେଳି ଯାଇଛି। ଶୁକ୍ରବାର ଏକ ବିଶାଳ ଶୋଭାଯାତ୍ରା ବିଜେଡି ତରଫରୁ ବଜାର ପରିକ୍ରମା ହେବା ଦେଖା ଯାଇଛି। ଏହି ଶୋଭାଯାତ୍ରାଟି ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ସମ୍ମୁଖ ରୁ ବାହାରି ବଜାର ପରିକ୍ରମା କରିଥିଲା। ଏଥିରେ ବିଜେଡି ସମର୍ଥିତ ପ୍ରାର୍ଥୀ ସଭାପତି ଗଣେଶ ମାଝୀ, ଉପସଭାପତି ସିଂ ରାମ ହେମ୍ବ୍ରମ,
କ୍ରୀଡା ସଂପାଦକ ନିବାଇ ମୁର୍ମୁ ସହିତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ନବୀନ ପଟ୍ଟନାୟକ ସହିତ ତାଙ୍କ ନେତା ସୁଦାମ ମାରାଣ୍ଡି ଜିନ୍ଦାବାଦ ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଏହି ମହାବିଦ୍ୟାଳୟର ନିର୍ବାଚନଟି ପୂର୍ବରୁ ବହୁତ ଚର୍ଚ୍ଚାରେ ଲାଗିରହିଥିବା ବେଳେ ବିଜେଡି ସମର୍ଥିତ ସଭାପତି ପ୍ରାର୍ଥୀ ଜିତି ଯିବାରୁ ବିଜେଡି ମହଲରେ ପ୍ରବଳ ଉତ୍ସାହ ଦେଖା ଯାଇଛି। ଏଥିରେ ବ୍ଲକ ବିଜେଡିର ସଭାପତି ବୀର କିସୋର ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ
ପ୍ରିୟନାଥ ମାରାଣ୍ଡି, ସୁବଧୋ ମାରାଣ୍ଡି, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ସିଂ, ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ମୁର୍ମୁ ସହିତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବାଙ୍ଗିରିପୋଷି ଆଇ ଆଇସି କଲେଜ ନିକଟରୁ ନିଜର ଟିମ୍ ସହ ପ୍ରମୁଖ ସ୍ଥାନରେ ମୁତୟନ କରିଥିଲେ। ଶେଷରେ ଗଣ୍ଡଗୋଳ କୁ ଲକ୍ଷ୍ୟ କରି ସ୍ଥାନୀୟ ପୋଲିସ ସ୍ୱତନ୍ତ୍ର ଦୃଷ୍ଟି ରଖିଥିଲା l
