ଶାରଦୀୟ ଦୁର୍ଗାପୂଜାରେ ମହାନତା ଦେଖାଇଲେ ଚିଣ୍ଟୁ ବାବୁ, ଅନ୍ନ ଓ ବସ୍ତ୍ର ବଣ୍ଟନ କରି ଜିତିଲେ ଜନମନ
ବାଲିଗୁଡ଼ା,(ନି.ପ୍ର)୧୭/୧୦
ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ସେବା ଓ ମାନବିକତାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ବାଲିଗୁଡ଼ାର ଜଣାଶୁଣା ଠିକାଦାର ଶ୍ରୀ ପ୍ରଦୀପ କୁମାର ନାୟକ, ଯିଏକି ସ୍ଥାନୀୟ ଅଞ୍ଚଳରେ ‘ଚିଣ୍ଟୁ ବାବୁ’ ନାମରେ ପରିଚିତ। ଦୁର୍ଗାପୂଜାର ଆନନ୍ଦକୁ ସମାଜର ସମସ୍ତ ବର୍ଗର ଲୋକଙ୍କ ସହ ବାଣ୍ଟିବା ଉଦ୍ଦେଶ୍ୟରେ ସେ ଅନ୍ନ ଓ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ବାଲିଗୁଡ଼ା ହାଟପଦା ସାହିସ୍ଥିତ ନିଜ ବାସଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ସହ ବିଭିନ୍ନ ପଞ୍ଚାୟତରୁ ଆସିଥିବା ମା’, ଭଉଣୀ, ବାପା ଓ ଭାଇମାନଙ୍କୁ ବସ୍ତ୍ର, ଶାଢ଼ି ଏବଂ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ତାଙ୍କ ବାସଭବନରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ସମଗ୍ର ପରିବେଶ ଜନସମାଗମରେ ମୁଖରିତ ହୋଇଉଠିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଚିଣ୍ଟୁ ବାବୁ ଗତ ଦୁଇ ବର୍ଷ ଧରି ଶାରଦୀୟ ଦୁର୍ଗାପୂଜା ଅବସରରେ ଏଭଳି ସେବାମୂଳକ କାର୍ଯ୍ୟ କରିଆସୁଛନ୍ତି। ପର୍ବପର୍ବାଣୀ କେବଳ ନିଜ ଖୁସିରେ ସୀମିତ ନରଖି ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବା ହିଁ ପ୍ରକୃତ ମାନବିକତାର ପରିଚୟ ବୋଲି ତାଙ୍କର ଏହି ପଦକ୍ଷେପ ବାର୍ତ୍ତା ଦେଉଛି। ଧର୍ମୀୟ ଭାବନା ସହ ସାମାଜିକ ସେବା ଓ ମାନବିକତାର ଏହି ସୁନ୍ଦର ସମନ୍ୱୟ ବାଲିଗୁଡ଼ା ଅଞ୍ଚଳରେ ଏକ ପ୍ରେରଣାଦାୟୀ ଉଦାହରଣ ଭାବେ ହୋଇଛି।
